ପୁଣି ରାଜଧାନୀରେ ମାତିଲେ ଲୁଟେରା

ପୁଣି ରାଜଧାନୀରେ ମାତିଲେ ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଗାୟତ୍ରୀ ବିହାର ପ୍ଲଟ୍‌ ନଂ.୬୯୮/୩୯୫୫ସ୍ଥିତ ଘରୁ ଦୁର୍ବୃତ୍ତମାନେ ଅଳଙ୍କାର ଚୋରିକରି ନେଇଛନ୍ତି। ଏନେଇ ଘର ମାଲିକ ରଘୁନାଥ ମଙ୍ଗଳବାର ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା (ନଂ.୩୫/୨୦୨୫) ରୁଜୁ କରି ତଦନ୍ତ କରୁଛି। ଚୋରମାନେ ଝରକା ତାଡ଼ି ଘରେ ପଶିବା ପରେ ଗଡରେଜ୍‌ ଭାଙ୍ଗି ରୁପା ପାଉଁଜି, ରୁପା ମୁଦି ଆଦି ପ୍ରାୟ ୪୦ ହଜାର ଟଙ୍କାର ଅଳଙ୍କାର ନେଇଯାଇଥିବା ରଘୁନାଥ କହିଛନ୍ତି। ରଘୁନାଥ କିଛିଦିନ ହେବ ରାତିବେଳା ଉପର ମହଲାରେ ଶୋଉଥିଲେ। ତଳ ମହଲାରେ ଥିବା ବେଡରୁମ୍‌ର ଝରକା ତାଡ଼ି ଘରୁ ଚୋରି ହୋଇଥିବା ରଘୁନାଥ ମଙ୍ଗଳବାର ଜାଣିବାକୁ ପାଇଥିଲେ। ଚୋରମାନେ ଘରର ଆସବାବପତ୍ର ଓ ଲୁଗାପଟା ଆଦି ରୁମ୍‌ରେ ଫିଙ୍ଗି ଦେଇଥିବା ଦେଖିବାକୁ ପାଇଥିଲେ।