ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍କା ଦେଲା ସମାଜବାଦୀ ପାର୍ଟି
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଛି। ମଙ୍ଗଳବାର ବି ସଂସଦ ବାହାରେ ବିରୋଧୀଙ୍କ ଏକ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା। ବିରୋଧୀ କ୍ରମାଗତ ଭାବରେ ଆଦାନୀ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରୁଛନ୍ତି। କିନ୍ତୁ ସେପଟେ ବିରୋଧୀ ଶିବିରରେ ମଧ୍ୟ ବିବାଦର ପରିସ୍ଥିତି ଦେଖାଯାଉଛି।
ସଦ୍ୟତମ ସୂଚନା ଅନୁଯାୟୀ, ଯେତେବେଳେ ବିରୋଧୀ ଦଳମାନେ ସେମାନଙ୍କ ପ୍ରସଙ୍ଗରେ ସଂସଦ ବାହାରେ ବିରୋଧ କରୁଥିଲେ, ସେତେବେଳେ କଂଗ୍ରେସର ସହଯୋଗୀ ସମାଜବାଦି ପାର୍ଟି ଏବଂ ଟିଏମସି ଏହି ବିରୋଧରୁ ଦୂରେଇ ରହିଥିଲେ।