ସ୍କୁଲରେ ମୋବାଇଲ ବ୍ୟବହାର କରିପାରିବେନି ପିଲା!

ସ୍କୁଲରେ ମୋବାଇଲ ବ୍ୟବହାର କରିପାରିବେନି ପିଲା!

ସ୍କୁଲରେ ପଢୁଥିବା ପିଲା ଏବେ ସ୍ମାର୍ଟଫୋନ୍‌ ବ୍ୟବହାର କରିବାରେ ବ୍ୟସ୍ତ । କରୋନା ପରଠାରୁ ପିଲାମାନେ ଅନଲାଇନ୍‌ କ୍ଲାସ କରୁଥିଲେ । ଏହି କ୍ଲାସ୍‌ ପରେ ପରେ ପିଲାଏ ସ୍ମାର୍ଟଫୋନ୍‌ରେ ଏମିତି ଅଭ୍ୟସ୍ତ ହୋଇଗଲେ ଯେ ସ୍କୁଲକୁ ବି ଫୋନ୍‌ ନେଇ ଯିବାରେ ବି ଲାଗିଲେଣି ।  ଯାହାକୁ ନେଇ ହାଇକୋର୍ଟ ବିରକ୍ତ ପ୍ରକାଶ କରିଛନ୍ତି । ଖାଲି ଏତିକି ନୁହେଁ ବରଂ ସ୍କୁଲରେ ସ୍ମାର୍ଟଫୋନ୍‌କୁ ସଂପୂର୍ଣ୍ଣ ବନ୍ଦ କରିବାକୁ କୋର୍ଟ ବିଚାର କରୁଥିବା ବେଳେ ଏନେଇ କିନ୍ତୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସ୍କୁଲରେ ପିଲାଙ୍କର ସ୍ମାର୍ଟଫୋନ୍‌ କେତେ ଜରୁରୀ ସେନେଇ ଓକିଲାତି କରିଛି ।

ସୂଚନା ଅନୁସାରେ, କୋର୍ଟ ଏକ ନାବାଳକ ମାମଲାରେ ଶୁଣାଣି କରୁଥିଲେ । ଯେଉଁ ମାମଲାରେ ଜଣେ ନାବାଳକ ସ୍ମାର୍ଟ ଫୋନ୍‌ ନେଇ ସ୍କୁଲରେ ତାହାର ଦୁରୁପଯୋଗ କରିଥିଲେ । ଯାହାକୁ ନେଇ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତାଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ହେଲେ କୋର୍ଟ ସ୍କୁଲ ପିଲାଙ୍କ ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମା ଅନୁସାରେ, ସ୍ମାର୍ଟଫୋନ୍‌ ସ୍କୁଲ ପିଲାଙ୍କ ଲାଗି କେତେ ଜରୁରୀ କେତେ ନୁହେଁ ସେନେଇ ବିଜ୍ଞପ୍ତି ପ୍ରକାଶ ପାଇବା ଆବଶ୍ୟକ । ଖାଲି ଏତିକି ନୁହେଁ ବରଂ ସ୍କୁଲ କର୍ତ୍ତୃପକ୍ଷ ଏନେଇ କୌଣସି ସାଲିସ ନକରି ବରଂ ସ୍କୁଲରେ ସଂପୂର୍ଣ୍ଣ ଭାବରେ ମୋବାଇଲ୍‌ ବନ୍ଦ କରିଦେବାର ଆବଶ୍ୟକତା ବୋଲି କହିଛନ୍ତି । ଏହାସହ କୋର୍ଟ କହିଛନ୍ତି, ସମୟ ଅନୁସାରେ ସବୁକିଛି ବଦଳିଯାଇଛି । ପୂର୍ବରୁ ଯେଉଁପରି ଭାବରେ ସ୍ମାର୍ଟଫୋନ୍‌ର ବ୍ୟବହାର ହେଉଥିଲା ଏବେ ସେମିତି ହେଉନି । ସ୍କୁଲପିଲା ଯେଉଁ ଢଙ୍ଗରେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି ତାହା ପିଲାଙ୍କ ଲାଗି କ୍ଷତିକାରକ ହୋଇପାରେ । ହେଲେ ଏବେକା ସମୟ ଅନୁସାରେ ପିଲାମାନେ ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଜରୁରୀ ହୋଇ ପଡ଼ିଛି ।

ହାଇକୋର୍ଟଙ୍କ ଏମିତି ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କହିଛି କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ କି ପିଲାମାନେ ସ୍କୁଲରେ ସ୍ମାର୍ଟଫୋନ୍‌ ବ୍ୟବହାର କରିପାରିବେ । ହେଲେ କୋର୍ଟ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ପ୍ରତିଦିନ ପିଲାମାନେ ସ୍ମାର୍ଟଫୋନ୍‌ ସ୍କୁଲକୁ ନେଇକି ଯିବା ଉପରେ ରୋକ୍‌ ଲଗାଯାଇପାରିବ ନାହିଁ । ବରଂ ସ୍କୁଲରେ କେଉଁ ପିଲା ସ୍ମାର୍ଟଫୋନ୍‌ ନେଉଛନ୍ତି ଏବଂ ସେମାନେ ଏହାର ବ୍ୟବହାର କେମିତି କରୁଛନ୍ତି ସେନେଇ ଯାଂଚ ହେବାର ଆବଶ୍ୟକତା ରହିଛି । ଖାଲି ଏତିକି ନୁହେଁ ବରଂ ପାଠ ପାଇଁ ସେମାନେ ମୋବାଇଲ ବ୍ୟବହାର କରୁଛନ୍ତି କି ନାହିଁ ସେନେଇ ଯାଂଚ ହେବାର ଆବଶ୍ୟକତା ବି ରହିଛି । ଏବଂ ଯେଉଁ ସମୟରେ ସେମାନେ ମୋବାଇଲ୍‌ ବ୍ୟବହାର କରିବାର ଆବଶ୍ୟକତା ନାହିଁ ସେହି ସମୟରେ ମୋବାଇଲକୁ ସେମାନେ ଜମା କରିଦେବାର ଆବଶ୍ୟକତା ରହିଛି।

ସ୍କୁଲକୁ ପିଲାମାନେ ସ୍ମାର୍ଟଫୋନ୍‌  ନେଇଯାଉଥିବାକୁ ରୋକାଯାଇପାରିବ ନାହିଁ । ହେଲେ ବ୍ୟବହାର କରିବା ଉପରେ ନିୟନ୍ତ୍ରଣ କରାଯାଇପାରିବ । 

ଯେତେ ଦୂର ସମ୍ଭବ ସ୍କୁଲରେ ସ୍ମାର୍ଟଫୋନ୍‌ ଦାଖଲ କରିବା ଦିଗରେ କର୍ତ୍ତୃପକ୍ଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । 

କୌଣସି ବି ପରିସ୍ଥିତିରେ ସ୍ମାର୍ଟଫୋନ୍‌ ଅପବ୍ୟବହାର ନହେବ ସେନେଇ ଧ୍ୟାନ ରଖିବାର ଆବଶ୍ୟକତା ରହିଛି । 

ଶ୍ରେଣୀ ଗୃହରେ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ ରୋକ ଲଗାଯିବାର ଆବଶ୍ୟକତା ରହିଛି । 

ସ୍କୁଲ ପରିସରରେ କ୍ୟାମେରାରେ କୌଣସି ରେକର୍ଡିଂ ଉପରେ ପ୍ରତିବନ୍ଧକ ଲଗାଇବାର ଆବଶ୍ୟକତା ରହିଛି । 

ପ୍ରତି ସ୍କୁଲରେ ସ୍ମାର୍ଟଫୋନ୍‌ର ଡିଜିଟାଲ୍‌ ବ୍ୟବହାର , , ଅନଲାଇନ୍‌ ସୁରକ୍ଷା ଉପରେ ଶିକ୍ଷା ଦେବାର ଆବଶ୍ୟକତା ରହିଛି ।

ଅତ୍ୟଧିକ ସ୍ମାର୍ଟଫୋନ୍‌ ବ୍ୟବହାର ଏବଂ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବାର ଆବଶ୍ୟକତା ରହିଛି । 

ମୋଟ୍‌ ଉପରେ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ ରୋକ ଲଗାଯିବା ନେଇ ଅନେକ ସମୟରେ ନିର୍ଦ୍ଦେଶନାମା ଆସୁ ବୋଲି ଦାବି ହେଉଛି । ହେଲେ କୋର୍ଟ ଏବେ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି ।