ଉଦ୍ଭିଦ ବିଜ୍ଞାନର ସେମିନାର

ଜଗତସିଂହପୁର:  ଆଶ୍ରମପାଟଣା ସ୍ଥିତ ଉଦ୍ଭିଦ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ବର୍ଷା ବୈଶାଲିନ ନାୟକଙ୍କ ସଭାପତିତ୍ୱରେ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ. ପ୍ରଦୀପ୍ତ ଦାଶ ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ । ସାଧନା ବ୍ୟକ୍ତିତ୍ୱ ଭାବେ ଅଳକା କଲେଜ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଅଶୋକ ଲେଙ୍କା ଯୋଗଦେଇ ଶୀର୍ଷକ ‘ବ୍ୟାକଟେରିଆ ଆର ଆୱାର ଫ୍ରେଣ୍ଡସ ଆଣ୍ଡ ଫୋଏ’ ସମ୍ପର୍କରେ ସବିଶେଷ ବାଖ୍ୟା କରିବା ସହିତ ପିଲାଙ୍କ ସନ୍ଦର୍ଭ ପାଠକୁ ପ୍ରଶଂସା କରିଥିଲେ । ବିଭାଗର ଅନ୍ୟ କର୍ମଚାରୀ ତଥା ରୁଦ୍ର କୁମାର, ବିଶ୍ୱନାଥ ନନ୍ଦ, ବିନୋଦ କୁମାର ମହାନ୍ତି, ଉପସ୍ଥିତ ରହିଥିଲେ କ୍ଷ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଉଦ୍ଭିଦ ବିଜ୍ଞାନ ସମ୍ମାନ ଛାତ୍ରୀ ପ୍ରତିଚି ରାଉତରାୟ ଏବଂ ସତ୍ୟବାଦୀ ଦାସ ନିଜନିଜର ସ୍ୱରଚିତ ଓ ସନ୍ଦର୍ଭ ପାଠ କରିଥିଲେ ।