ରମା ସେନାପତିଙ୍କ ସ୍ମୃତିସଭା

ରାଜକନିକା: ରାଜକନିକା ବ୍ଲକ ଜାଗୁଳାଇପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଞ୍ଜା ଗାଁ ର ସୁନାମଧନ୍ୟ କଳାକାର ଓ ନିଦେ୍ର୍ଦଶକ ରମାକାନ୍ତ ସେନାପତି ଙ୍କ ଏକାଦଶାହରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ରାଜକନିକା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ନାଟ୍ୟକାର ଗୟାଧର ନାଥ, କବି ମନୋଜ ସେନାପତି, ଶ୍ରୀନିବାସ ଓଝା, ବସନ୍ତ ରାୟ, ସୁବଳ ଦାସ, କବୀପ୍ରସାଦ ପତ୍ର, ବେଣୁଧର ପରିଡା, ପ୍ରମୋଦ ମହାଳି, ସୁକାନ୍ତ ଭୁଇଁ, ନରେଶ ନାୟକ, ବସନ୍ତ ବିଶ୍ୱାଳ, ବସନ୍ତ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସେନାପତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ ।