ପୁଅକୁ ମନେପକାଇଲେ ଶିଖର ଧାୱନ

ପୁଅ କଥା ମନେପକାଇ ଭାବୁକ ହେଲେ ଶିଖର ଧାୱନ । ଟିମ୍ ଇଣ୍ଡିଆର ପୂର୍ବତନ ଓପନର ଶିଖର ଧୱନ ଆନ୍ତର୍ଜାତୀୟ କ୍ରିକେଟ ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । କିନ୍ତୁ ତାଙ୍କ ବ୍ୟକ୍ତଗତ ଜୀବନ ସମସ୍ୟାରେ ବୁଡି ରହିଛି । ଆୟଶା ମୁଖାର୍ଜିଙ୍କୁ ବିବାହ କରିଥିଲେ ଶିଖର ଧାୱନ । କିନ୍ତୁ ଦୁଇଜଣଙ୍କ ସମ୍ପର୍କ ଅଧିକ ସମୟ ଧରି ତିଷ୍ଟି ନଥିଲା । ସେପ୍ଟେମ୍ବର ୨୦୨୧ ରେ ଆୟଶା ମୁଖାର୍ଜିଙ୍କଠୁ ଶିଖର ଧାୱନ ଛାଡପତ୍ର ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କର ଏକ ପୁତ୍ର ସନ୍ତାନ ଅଛି। ଧବନଙ୍କ ପୁଅଙ୍କ ନାମ ଜୋରାବର ।
ଜୋରାବର ନିଜ ମା ସହ ଅଷ୍ଟ୍ରେଲିଆରେ ରହୁଛନ୍ତି । ଅକ୍ଟୋବର ୨୦୨୩ରେ କୋର୍ଟ ପରସ୍ପରଙ୍କୁ ଛାଡପତ୍ର ନେବା ପାଇଁ ମଞ୍ଜୁରୀ ଦେଇଥିଲେ । ସେତେବେଳେ ଅଷ୍ଟ୍ରେଲିଆରେ ରହୁଥିବା ଆୟଶାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ପୁଅ ଜୋରାବରକୁ ଧୱନ ଏବଂ ତାଙ୍କ ପରିବାର ସହ ସାକ୍ଷାତ କରିବା ପାଇଁ ଭାରତ ଆଣିବାକୁ । କିନ୍ତୁ ଏପର୍ଯ୍ୟନ୍ତ ଧବନ ତାଙ୍କ ପୁଅକୁ ଭେଟି ପାରୁନାହାଁନ୍ତି । ଏବେ ପୁଅ ଜୋରାବରକୁ ମନେ ପକାଇ ଭାବୁକ ହୋଇଛନ୍ତି ବାପା ଶିଖର ଧାୱନ । ଏକ ସାକ୍ଷାତକାରରେ ଧବନ କହିଛନ୍ତି ମୋ ପୁଅ ଏବେ ୧୧ ବର୍ଷର ହୋଇଗଲାଣି । କିନ୍ତୁ ମୁଁ ତାକୁ ଅଢେଇ ବର୍ଷ ହେବ ଦେଖି ନାହିଁ । ମୋତେ ସବୁଥିରୁ ବ୍ଲକ କରିଦେଇଛନ୍ତି ଆୟଶା । ତେଣୁ ପୁଅକୁ ଭର୍ଚୁଆଲି ମଧ୍ୟ ଦେଖିପାରୁନି।