ଭାରତ-ଇଂଲଣ୍ଡ ଟେଷ୍ଟ: ୩୬୪ରେ ଭାରତ ଅଲ୍ଆଉଟ୍ ଇଂଲଣ୍ଡକୁ ୩୭୧ ଟାର୍ଗେଟ୍
ହେଡିଂଲେ : ଇଂଲଣ୍ଡର ହେଡିଂଲେରେ ଚାଲିଥିବା ଭାରତ-ଇଂଲଣ୍ଡ ଟେଷ୍ଟର ୪ର୍ଥ ଦିନରେ ଭାରତ ୨ୟ ଇନିଂସରେ ୩୬୪ ରନ୍ରେ ଅଲଆଉଟ ହୋଇଛି । ଏହି କ୍ରମରେ ଇଂଲଣ୍ଡକୁ ୩୭୧ ରନ୍ର ବିଜୟ ଲକ୍ଷ୍ୟ ଦିଆଯାଇଛି । ୨ୟ ଇନିଂସରେ ଭାରତ ପକ୍ଷରୁ କେଏଲ ରାହୁଲ ଓ ଋଷଭ ପନ୍ତ ଶତକ ଅର୍ଜନ କରିଥିବା ବେଳେ ପ୍ରଥମ ମ୍ୟାଚ୍ରୁ ଦୁଇଟି ଶତକ ହାସଲ କରି ପନ୍ତ ନୂଆ ରେକର୍ଡ କରିଛନ୍ତି । କେଏଲ ରାହୁଲ ୧୩୭ ରନ କରିଥିବାବେଳେ ପନ୍ତ ୧୧୮ ରନ କରିଛନ୍ତି । ପନ୍ତ ପ୍ରଥମ ଇନିଂସରେ ବି ଶତକ ଅର୍ଜନ କରିଥିଲେ । ସେହିପରି ସାଇ ସୁଦର୍ଶନ ୩୦ ଓ ରବୀନ୍ଦ୍ର ଜାଡେଜା ୨୫ ରନ କରିଥିଲେ ।
ପ୍ରଥମ ଇନିଂସରେ ଭାରତ ୪୭୧ ରନ କରିଥିବାବେଳେ ଇଂଲଣ୍ଡ ୪୬୫ ରନ କରିଥିଲା । ଭାରତୀୟ କ୍ରିକେଟ୍ ଇତିହାସରେ ଏହା କେବଳ ଦ୍ୱିତୀୟ ଥର ଯେ ବିଦେଶରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ରେ ଭାରତର ୪ ଜଣ ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିଛନ୍ତି । ଏହା ପୂର୍ବରୁ ଏହି ସଫଳତା ୨୦୦୭ରେ ହାସଲ କରାଯାଇଥିଲା । ତାପରେ ଦିନେଶ କାର୍ତ୍ତିକ (୧୨୯), ୱାସିମ୍ ଜାଫର (୧୩୮), ରାହୁଲ ଦ୍ରାବିଡ୍ (୧୨୯) ଏବଂ ସଚିନ୍ ତେନ୍ଦୁଲକର (୧୨୨) ଭାରତ ପାଇଁ ଶତକ ହାସଲ କରିଥିଲେ ।