ସୁଭଦ୍ରା ଯୋଜନା ନେଇ ବଡ଼ ସୂଚନା
SUBHADRA JOJANA

ଭୁବନେଶ୍ୱର : ଆଜି ଆସିଛି ସୁଭଦ୍ରା ଗାଇଡ଼ଲାଇନ୍ । ହିତାଧିକାରୀ ଚୟନର ପ୍ରକ୍ରିୟା, ଯୋଗ୍ୟ ଓ ଅଯୋଗ୍ୟର ମାନଦଣ୍ଡ ଆଦି ନେଇ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସେହିପରି ଭୁଲ ତଥ୍ୟ ଦେଇଥିବା ହିତାଧିକାରୀ ଓ ଦଲାଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି ।
ସବୁ ବର୍ଷ ଯୋଜନାରେ ସାମିଲ୍ ହେବେ ହିତାଧିକାରୀ
ହିତାଧିକାରୀଙ୍କୁ ୬୦ ପୂରିଲେ ବନ୍ଦ ହେବ ସୁଭଦ୍ରା ଟଙ୍କା
ଡିଜିଟାଲ୍ କାରବାର ପାଇଁ ମିଳିବ ପୁରସ୍କାର
ଭୁଲ୍ ତଥ୍ୟ ଦେଇଥିଲେ ହେବ କାର୍ଯ୍ୟାନୁଷ୍ଠାନ
ଦଲାଲଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ତଦାରଖ ପାଇଁ ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ କମିଟି
ଯୋଗ୍ୟତା ମାନଦଣ୍ଡ
ଓଡ଼ିଶାର ବାସିନ୍ଦା ହୋଇଥିବେ
୨୦୨୪ ଜୁଲାଇ ୧ ସୁଦ୍ଧା ୨୧ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ୍
ଆଧାର କାଡର଼୍ ଜନ୍ମ ତାରିଖ ହିଁ ଗ୍ରହଣ କରାଯିବ
ଅଯୋଗ୍ୟ ମାନଦଣ୍ଡ
ବର୍ଷକୁ ୧୮ ହଜାରରୁ ଅଧିକ ପେନସନ ଓ ଛାତ୍ରବୃତି ମିଳୁଥିଲେ
ୱାଡର଼୍ମେମ୍ବର ଓ କାଉନସିଲରଙ୍କୁ ଛାଡ଼ି ଅନ୍ୟ ଜନ ପ୍ରତିନିଧି
୫ ଏକରରୁ ଅଧିକ ଜଳସେଚିତ ଜମି ଥିଲେ
୧୦ ଏକରରୁ ଅଧିକ ଅଣଜଳସେଚିତ ଜମି ଥିଲେ
ଚାରି ଚକିଆ ଗାଡ଼ି ଥିଲେ
କେମିତି ହେବ ହିତାଧିକାରୀ ଚିହ୍ନଟ
ଅଫଲାଇନ୍ ଓ ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରାଯିବ
ମୋ ସେବା କେନ୍ଦ୍ରରେ ଫର୍ମ ଦାଖଲ ହେବ
ଫର୍ମ ଓ ଆଧାରରେ ଅସଙ୍ଗତି ଥିଲେ, ଆଧାର ସୂଚନା ହିଁ ଚୂଡ଼ାନ୍ତ ହେବ
ଡାଟାବେସ ଓ କ୍ଷେତ୍ର ପରିଦର୍ଶନ କରି ଯାଂଚ ହେବ
ଇ-କେୱାଇସି ଘୋଷଣା ପତ୍ର ଦେବାକୁ ପଡ଼ିବ
ଆଧାର ସହ ମୋବାଇଲ ନମ୍ବର ଲିଙ୍କ୍