ବୋରିଗୁମ୍ମା : ପୂର୍ବ ସରକାର ରାଜ୍ୟରେ ମହିଳା ମାନଙ୍କୁ ସଶକ୍ତ କରିବା ଲକ୍ଷରେ ସାରା ରାଜ୍ୟରେ ହଜାର ହଜାର ଏସ.ଏଚ.ଜି ଗ୍ରୁପ ଗୁଡ଼ିକ ଗଠନ କରିଥିଲେ ।ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ସହ ସାରା ରାଜ୍ୟରେ ଅନେକ ବିଜୁ ଗ୍ରାମୀଣ କୃଷି ବହୁ ମୁଖି ଉଦ୍ୟୋଗ ପ୍ରକଳ୍ପ ଗୁଡ଼ିକ ନିର୍ମାଣ କରି ବୋରିଗୁମ୍ମା ବ୍ଲକ୍ ହର୍ଦ୍ଦୋଳୀ ପଞ୍ଚାୟତରେ ୧୨ଟି ଗ୍ରୁପର ମୋଟ ୧୨୦ ଜଣ ମହିଳାଙ୍କୁ ସଶକ୍ତ କରିବା ସହ ସ୍ୱାବଲମ୍ବୀ କରି ଆର୍ଥିକ ଅଗ୍ରସର ହେବା ଲକ୍ଷ୍ୟରେ ଗୋପାଳନ,କୁକୁଡ଼ା ପାଳନ,ଅଟା , ମାଣ୍ଡିଆ ଚୁନା, ହଳଦୀ,ସିମେଣ୍ଟ ଇଟା ତିଆରି କାରଖାନା,ଜୋତା ତିଆରି,କୁକୁଡ଼ା ଖାଦ୍ୟ, ଡାଲି ତିଆରି ଆଦି ପ୍ରସ୍ତୁତି ମେସନ ସହ
ମାଛ ଚାଷ, କୁକୁଡ଼ା ଚାଷ ଭଳି ଅନେକ ବହୁ ମୁଖି ପ୍ରକଳ୍ପ କୋଟି,କୋଟି ଟଙ୍କା ଅର୍ଥ ଖର୍ଚ୍ଚ କରି ନିର୍ମାଣ କରିଛନ୍ତି ସତ, କିନ୍ତୁ ପ୍ରଶାସନ ର ରକ୍ଷଣାବେକ୍ଷଣ ଅଭାବରୁ ତଥା ସରକାରୀ କର୍ମଚାରୀଙ୍କ ଠିକାଦାର ପୋଷଣ ନୀତି ଓ ଖାମ ଖିଆଲି ମନୋଭାବ ଯୋଗୁଁ ପ୍ରକଳ୍ପ କାର୍ଯ୍ୟକାରୀ ହେବା ତ ଦୂରର କଥା, ଓଲଟି ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏକାଧିକ କାରଖାନାର ମେସିନ୍ ଗୁଡ଼ିକ ଚୋରୀ ହୋଇ ଯାଇଥିବା କଥା ଜଗୁଆଳୀ ତଥା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରକଳ୍ପ ଖତ ଖାଉଛି ତଥା ଏକଥା ପ୍ରମାଣିତ ହେଉଛି ଯେ କେମିତି ସ୍ୱୟଂ ସହାୟିକା ଗୋଷ୍ଠୀ ମାଁ ମାନଙ୍କୁ ମୋହରା ସଜାଇ ତତ୍କାଳୀନ ସରକାର ଓ ତତ୍କାଳୀନ ସରକାରୀ ବାବୁ ଲୁଟ କରିଛନ୍ତି କୋଟି କୋଟି ଟଙ୍କା ।ଏହି ବିଜୁ ଗ୍ରାମୀଣ କୃଷି ବହୁ ମୁଖି ଉଦ୍ୟୋଗ ଉପରେ ଦୃଷ୍ଟି ନିକ୍ଷେପ କଲେ ଜଣାପଡ଼ୁଛି କେମିତି ଶ୍ରୀହୀନ ହୋଇ ପଡି ରହିଛି କୋଟିକୋଟି ଟଙ୍କାର ଯନ୍ତ୍ରାଂଶ ଓ ମାଳମାଳ କୋଠା ।ହଳଦୀ ପେଡା ମେସିନ, ଡାଲି ପ୍ରସ୍ତୁତି ମେସିନ, କୁକୁଡା ଫାର୍ମ ଓ ମାଛ ଚାଷ ପାଇଁ କରା ଯାଇଥିବା ଜଳାଶୟ ପ୍ରଭୃତି ଦିନେ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ ।ବର୍ତ୍ତମାନ ଏହି ଉଦ୍ୟୋଗ ଆରମ୍ଭ ହେବାର ମୂଳ ଲକ୍ଷ ଥିଲା କୋରାପୁଟ ଜିଲ୍ଲାର ଗରିବ ଆଦିବାସୀ ମହିଳା ମାନ ରଙ୍କୁ ସ୍ଵାବଲମ୍ବୀ କରିବା ,କିନ୍ତୁ, ମହିଳା ସଶକ୍ତିକରଣ କିପରି କେବଳ କାଗଜ କଲମରେ ଚାଲିଥିଲା,ହର୍ଦ୍ଦୋଳୀ ମେଗା ପ୍ରକଳ୍ପ ତା'ର ଏକ ନଗ୍ନ ଉଦାହରଣ ।
ତଥ୍ୟ ଓ ସୂଚନା ଫଳକ ମୁତାବକ ଆଜିକୁ ପ୍ରାୟ ଦୁଇ ବର୍ଷ ତଳେ ମାନେ ଆର୍ଥିକ ବର୍ଷ ୨୨/୨୩ ଓ ୨୩/୨୪ ରେ ହୋଇଥିଲା ଏହି ସବୁ ଯୋଜନା ।ସାଧାରଣରେ ହେଉଥିବା ଚର୍ଚ୍ଚା ପ୍ରକାରେ ବକେବଳ ନିର୍ବାଚନକୁ ଆଖି ଆଗରେ ରଖି ମହିଳା ଭୋଟକୁ ହାତେଇବା ପାଇଁ ହୋଇଥିଲା ଏହି ସବୁ ଷଡଯନ୍ତ୍ର ।ଆଉ ସବୁଠାରୁ ବଡ କଥା ଏହି କେଲେଙ୍କାରି ହୋଇଥିବା ଘଟଣା ବରେ ମୁଖ୍ୟ ଖଳନାୟକ ସାଜିଥିବା ତତ୍କାଳୀନ ସରକାରୀ ଅଧିକାରୀ ଗୁମର ଖୋଲିବା ପୂର୍ବରୁ ନିଜ ବାଟ ନିଜେ ଦେଖି ଅନ୍ୟ ସ୍ଥାନ କୁ ନିଜ ବଦଳି କରିବାରେ ସମର୍ଥ ହୋଇଥିବା ଜଣାପଡିଛି ।ବର୍ତ୍ତମାନ ଏହି ଭଳି ସବୁ କାର୍ଯ୍ୟ ଯୋଗୁଁ ଦିନେ ଓଡିଶାର ଏକ ନମ୍ବର ସ୍ଥାନ ପାଇଥିବା ବୋରିଗୁମ୍ମା ବ୍ଲକ ଖସି ଆସି ପହଞ୍ଚିଛି ୧୪ ନମ୍ବରରେ ।ଯଦି ଏହି ସବୁ ପ୍ରକଳ୍ପ ବାବଦକୁ ହୋଇଥିବା ଟଙ୍କାର ହିସାବ କରିବା ତାହେଲେ ଏହା କେତେ ପହଞ୍ଚୁଛି ଦେଖନ୍ତୁ ।
କାର୍ଯ୍ୟ ନମ୍ବର ୧ – ଗାଁ ଗୁହାଳ,ଆର୍ଥିକ ବର୍ଷ ୨୦୨୦-୨୧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ନମ୍ବର
୨ - ମନରେଗା -କାର୍ଯ୍ୟରନାମ- ଟ୍ରେଞ୍ଚ ନିର୍ମାଣ
ଅଟକଳ ମୂଲ୍ୟ-୭,୦୦୦୦୦ ,ନମ୍ବର ୩- ମନରେଗା
ଆର୍ଥିକ ବର୍ଷ ୨୦୧୯-୨୦
କାର୍ଯ୍ୟର ନାମ ଫାଇବର ବ୍ଲକ ରୋଡ
ଖର୍ଚ୍ଚ-୯,୦୦୦୦୦ , ନମ୍ୱର
୪ - ପଞ୍ଚାୟତ CFC ଫଣ୍ଡ
କାର୍ଯ୍ୟର ନାମ ହର୍ଦ୍ଦଳି ମେଗା ପ୍ରକଳ୍ପ
ଖର୍ଚ୍ଚ-୪,୦୦୦୦୦
ଆର୍ଥିକ ବର୍ଷ-୨୦୧୯-୨୦,ନମ୍ବର -୫
କାର୍ଯ୍ୟର ନାମ କୁକୁଡ଼ା ଗୃହ
ଖର୍ଚ୍ଚ-୩୦୦୦୦୦
ଅର୍ଥିକ ବର୍ଷ ୨୦୨୦-୨୧ , ନମ୍ବର-୬
ମନରେଗା
କାର୍ଯ୍ୟର ନାମ-ମାଇକ୍ରୋ ଏକ୍ଟିଭିଟି ସେଣ୍ଟର
ଖର୍ଚ୍ଚ-୫,୦୦୦୦୦
ଆର୍ଥିକ ବର୍ଷ-୨୦୨୩-୨୪, ନମ୍ବର-
୭-ମନରେଗା
କାର୍ଯ୍ୟର ନାମ ପୋଖରୀ ଖନନ ଖର୍ଚ୍ଚ-୯୦୦୦୦୦
ଆର୍ଥିକ ବର୍ଷ ୨୦୨୧-୨୨
ଏଭଳି ମୋଟ ୧୮ରୁ ଉର୍ଦ୍ଧ ଫଳକ ରେ ଲାଗିଛି ପାଖାପାଖି ୩ କୋଟିରୁ ଉର୍ଦ୍ଧ ଟଙ୍କାର ଅନୁଦାନ ରାଶି ବ୍ୟୟ ବରାଦ ହୋଇଥିବା ସୂଚନା ଦିଆଯାଇଛି ।ସେପଟେ ଚଳିତ ସରକାର ସମୟରେ ଏଭଳି କୋଟି କୋଟି ସରକାରୀ ଟଙ୍କାକୁ ଅବବ୍ୟବହାର କରି ସରକାରୀ ବାବୁ ମାନେ ହରିଲୁଟ କରିଛନ୍ତି ।ଏବେ ନୂଆ ସରକାର ଏସବୁ ପ୍ରକଳ୍ପ ଉପରେ ଦୃଷ୍ଟି ଦେଇ ସେସବୁ ର ତଦନ୍ତ କରିବା ଦରକାର ବୋଲି ବୁଦ୍ଧିଜୀବି ମହଲରେ ତଥା ଜନ ସାଧାରଣରେ ଦାବି ଜୋର ଧରିଛି ।