ବିଜେଡ଼ିକୁ ଏମିତି କଟାକ୍ଷ କଲେ ଜୟନାରାୟଣ

jay narayan mishra

ବିଜେଡ଼ିକୁ ଏମିତି କଟାକ୍ଷ କଲେ ଜୟନାରାୟଣ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ବିଜେଡ଼ିକୁ କଟାକ୍ଷ କରିଛନ୍ତି  । ସେ କହିଛନ୍ତିଯେ, ବିଜେଡ଼ି ନେତାମାନଙ୍କୁ ଚାକର ଭଳି ରଖିଥିଲା  । ଏବେ ସେମାନେ ପ୍ରତିଶୋଧ ମୁଡ୍‌କୁ ଆସି ଯାଇଛନ୍ତି  । ନେତାମାନେ ଗାତ ଖୋଳିଲେ, ଦରି ପାରିଲେ, ଟେଣ୍ଟ ବାନ୍ଧିଲେ, ଚେୟାର ବୋହିଲେ  । ବିଜେଡ଼ିର ଆୟୁଷ ଖୁବ୍‌ କମ୍‌  । ଖୁବଶୀଘ୍ର ବିଜେଡ଼ି ଖିନଭିନ ହୋଇଯିବ  । ସେ ଦଳ ଆଉ ରହିବ ନାହିଁ  । ଜୟ ନାରାୟଣଙ୍କ କଟାକ୍ଷ ରାଜନୀତିକ ମହଲରେ ବେଶ୍‌ ଆଲୋଡ଼ନ ସୃଷ୍ଟି କରିଛି  ।

ସେ କହିଛନ୍ତିଯେ, ବିଜେଡ଼ି ପାଖରେ ଆଉ ନେତୃତ୍ୱ ନାହିଁ  । ଅନେକ ନେତା ବିଜେପି ସହ ଯୋଗସୂତ୍ରରେ ରହିଛନ୍ତି  । ବହୁ ଜଲଦି ବିଜେଡ଼ି ଭାଙ୍ଗି ଛିନ୍ନଛତ୍ର ହୋଇଯିବ  । ବିଜେଡ଼ିର ବହୁ ନେତାଙ୍କ ଦୁର୍ନୀତି କଥା ବି ବିଚାର ହେବବୋଲି ସେ ଚେତାବନୀ ଦେଇଛନ୍ତି  ।