୨ ଝିଅକୁ ବିଷ ଦେଇ ରଶି ଲଗାଇ ମା’ଙ୍କ ଆତ୍ମହତ୍ୟା

ଉତ୍ତରପ୍ରଦେଶର ମୁଜାଫରପୁର ଜିଲା ଚର୍ଚ୍ଚୋଲି ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଗାଁର ଜଣେ ୪୨ ବର୍ଷୀୟା ମହିଳା ବିନ୍‌ତି ନିଜ ୨ ଝିଅ ସପନା(୧୩) ଓ ସରସ୍ବତୀ(୧୧)ଙ୍କୁ ବିଷ ଦେବା ପରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ୨ ଝିଅଙ୍କ ମଧ୍ୟରୁ ସପନାଙ୍କ ମୃତ୍ୟୁ ଘଟିଥିବା ବେଳେ ସରସ୍ବତୀଙ୍କ ଅବସ୍ଥା ଗୁରୁତର ଥିବା ପୋଲିସ ପକ୍ଷରୁ କୁହାଯାଇଛି। ହସ୍ପିଟାଲରେ ସରସ୍ବତୀଙ୍କ ଚିକିତ୍ସା ଜାରି ରହିଛି। ପୋଲିସ ମା’ ଝିଙ୍କ ମୃତ୍ୟୁଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମହିଳା ଜଣକ ୨ ଝିଅଙ୍କୁ ବିଷ ଦେଇ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡି ନାହିଁ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।