ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ମାଲକାନଗିରି : ମାଲକାନଗିରି ଜିଲ୍ଲା ଓର୍କେଲ ଥାନା କୁଡୁମୁଲୁଗୁମ୍ମା ଫାଣ୍ଡି ଦଣ୍ଡସେନାଗୁଡାଠାରୁ ପ୍ରାୟ ୩୦୦ ମିଟର ଦୂର ବିଲରେ ଥିବା ଏକ ମହୁଲ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ଶବ ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ । ମୃତ ଯୁବକ ଜଣକ ପଦିଆପାଲିର କୈଳାସ ଦଣ୍ଡସେନାଙ୍କ ପୁଅ ରାମ ଚନ୍ଦ୍ର ଦଣ୍ଡସେନା(୨୫) ବୋଲି ଜଣା ପଡିଛି । ମୃତ ରାମଙ୍କ ବାପା ଥାନାରେ ପହଁଞ୍ଚି ପୁଅ ଆତ୍ମହତ୍ୟା କରିଥିବା ନେଇ ଏକ ଲିଖିତ ଏତଲା ଦେଇଥିଲେ । ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି । ସୂଚନା ମୁତାବକ ରାମ ଜେସିବି ଡ୍ରାଇଭର ଭାବେ କାମ କରୁଥିଲା । ସେ କିଛିଦିନ ହେବ ଦଣ୍ଡସେନା ଗୁଡା ଗାଁରେ ନିଜ ଗାଡିର ହେଲପର ସନ୍ତୋଷ କଡେଙ୍କ ଘରେ ରହି ଗାଡି ଚଲାଉଥିବାବେଳେ ଆଜି ସକାଳୁ ନିକଟସ୍ଥ ବିଲରୁ ରାମଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି ।