ସୀମାନ୍ତରେ ୨୪ ମାଓବାଦୀ ଆତ୍ମସମର୍ପଣ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ୨୪ଜଣ ଇନାମୀ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତିରେ ଆକର୍ଷିତ ହୋଇ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ୨୪ ଜଣ ହାର୍ଡକୋର ମାଓବାଦୀଙ୍କ ନାମରେ ୮୭.୫୦ଲକ୍ଷ ଟଙ୍କା ପୁରସ୍କାର ରହିଥିବା ଜଣାପଡିଛି । ଏହି ମାଓବାଦୀ ମାନେ ଅନେକ ହିଂସାକାଣ୍ଡରେ ଜଡିତ ଥିବା ପୁଲିସ କହିଛି । ବର୍ତ୍ତମାନ ମାଓଗଡ଼ ଭୁଶୁଡିବାରେ ଲାଗିଥିବା ବେଳେ ସାଧାରଣ ଜୀବନ ଯାପନ ପାଇଁ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ଏମାନେ ଆତ୍ମସମର୍ପଣ କରିଥବା କହିଛନ୍ତି । ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସମ୍ମୁଖରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତକୁ ଫେରିବା ପରେ ସେମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ୫୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।