ଶାହଙ୍କ ଆମ୍ବେଦକର ମନ୍ତବ୍ୟ ନେଇ କଂଗ୍ରେସର ବିକ୍ଷୋଭ
ମାଲକାନଗିରି: ସାସଂଦରେ ଭାରତରନô ଡ଼ ଆମ୍ବେଦକରଙ୍କୁ ଅପମାନିତ କରି ଅଶାଳୀନ ମନ୍ତବ୍ୟ ଦେଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହାଙ୍କ ବିରୁଦ୍ଧରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶୋଭାଯାତ୍ରା ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର ଓ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ ବସ୍ଷ୍ଟାଣ୍ଡ ନିକଟରେ ଥିବା ଡ଼ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରୁ ଏକ ବିରାଟ ସୋଭାଯାତ୍ରାରେ ସହର ପରୀକ୍ରମା କରି ଜିଲ୍ଲା ବିଜେପି କାର୍ଯ୍ୟଳୟ ଠାରେ ପହଁଞ୍ଚô ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅମିତ ସାହାଙ୍କ ବିରୋଧରେ ଦାବିପତ୍ର ଦେଇଥିଲେ । ପରେ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରେ ପହଁଚି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ମଧ୍ୟ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ରରେ ଉଲେଖ୍ୟ ରହିଛି ଯେ, ଶୀତକାଳୀନ ଅଧିବେଶନରେ ପାର୍ଲାମେଣ୍ଟ କକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମସ୍ତଙ୍କ ଉପସ୍ଥିତିରେ ସମ୍ବିଧାନ ପ୍ରଣେତା ତଥା ଭାରତରନô ବାବାସାହେବ ଭିମରାଓ ଆମ୍ବେଦକରଙ୍କ ବିରୁଦ୍ଧରେ ଯେଉଁ ପ୍ରକାର ଅଶାଳୀନ ମନ୍ତବ୍ୟ ଦେଇଥିଲେ ତାହା ଦୁର୍ଭାଗ୍ୟଜନକ । ଉକ୍ତ ପାର୍ଲାମେଣ୍ଟ କକ୍ଷରେ ଆମ୍ବେଦକର କହିଥିଲେ ସେ ଯେ, ସମ୍ବିଧାନ ପ୍ରଣେତା ବୋଲି କହିବା ସମସ୍ତଙ୍କର ଗୋଟିଏ ଫେସନରେ ହୋଇଛି । । କିନ୍ତୁ ଯଦି ଆପଣମାନେ ବାରମ୍ବାର ଭଗବାନଙ୍କୁ ସ୍ମରଣ କରିବେ ତାହାହେଲେ ତୁମ୍ଭମାନଙ୍କ ସ୍ୱର୍ଗପ୍ରାପ୍ତି ହେବ । ଏହା ନିଶ୍ଚିନ୍ତ ଭାବରେ ସମସ୍ତ ଭାରତୀୟଙ୍କ ଭାବବେଗକୁ ଆଘାତ କରିଛି ଏବଂ ଏହା ନିଶ୍ଚିନ୍ତ ଭାବରେ ଏକ ମାନବ ସମାଜ ପ୍ରତି ଅପମାନ । ଆମ୍ଭେ ସମସ୍ତେ ଲକ୍ଷ ରଖିଛୁ ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମ୍ବିଧାନର ନିୟମକୁ ଭଙ୍ଗ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି । ରାଜ୍ୟ ବିଜେପି ଏବଂ କେନ୍ଦ୍ର ବିଜେପି ବାରମ୍ବାର ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବା ସଙ୍ଗେ ସଙ୍ଗେ ଅସତ୍ ଉପାୟରେ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି । ଏହି କାର୍ଯ୍ୟ କାର୍ଯ୍ୟକଳାପକୁ ମଧ୍ୟ ଆମ୍ଭେ ତୀବ୍ର ବିରୋଧ କରୁଛୁ । ଏଥିସହ ସହ ଏହି ଗଣତନ୍ତ୍ର ରାଷ୍ଟ୍ରରେ ରାଜ୍ୟ ବିଜେପି ନେତୃବୃନ୍ଦ ଓ କେନ୍ଦ୍ର ବିଜେପି ନେତୃବୃନ୍ଦ ଦେଶକୁ ବିଭାଜନ କରିବା ଉଦେ୍ଦଶ୍ୟରେ ଜାତି ଜାତି ମଧ୍ୟରେ ବିବାଦ ସୃଷ୍ଟି କରି ଭାଇଚାରାକୁ ନଷ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି । ମାଲକାନଗିରି ଜିଲ୍ଲାର ସମସ୍ତ କଂଗ୍ରେସ କର୍ମୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିବା ସହ ଭାରତର ଜନସାଧାରଣଙ୍କୁ କ୍ଷମାଭିକ୍ଷା କରନ୍ତୁ ବୋଲି ଦାବି ରହିଛି । ଏହି ଶୋଭାଯାତ୍ରା କଂଗ୍ରେସ ନେତା ମାଲା ମାଢି, ପଦ୍ମ ପାଙ୍ଗି,ସ୍ମୃତି ରଞ୍ଜନ, ଜି. ଶ୍ରୀନିବାସ ରାଓ, ପି.କେଶୁ ରାଓ, ପର୍ଶୁରାମ ଭକ୍ତ, ଅର୍ଜୁନ ପଡିଆମୀ, ଭୀମା ବାର୍ଶ,ପ୍ରମୁଖ କଂଗ୍ରେସ ନେତା ଓ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ ।