କାର ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର 

 ଦେବଗଡ଼ : ଦେବଗଡ଼ ଜିଲ୍ଲା ରିଆମାଳ ଥାନା ତିଲେଇପଶି ଛକରେ ଦ୍ରୁତଗତିରେ ଆସୁଥିବା ଏକ କାର ଭାରସାମ୍ୟ ହରାଇ ଶଗଡକୁ ଧକ୍କା ଦେଇଛି  । ଦୁର୍ଘଟଣାରେ ସ୍ତ୍ରୀର ମୃତୁ୍ୟ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି  । ଘଟଣାସ୍ଥଳରେ ଗୋଟିଏ ବଳଦ ମୃତୁ୍ୟ ହୋଇଥିବା ଜଣାପଡିଛି  । ଛତାବର ଜାମୁବଣିଆ ସାହିର ପ୍ରଶନ୍ନ ସାହୁ ଓ ତାଙ୍କ ସ୍ତ୍ରୀ ମାୟା ସାହୁ ଆଜି ସକାଳୁ ଏକ ଶଗଡ ଯୋଗେ ମହୁଲ ଗୋଟାଇବାକୁ ଯାଉଥିଲେ  । ଦ୍ରୁତଗତିରେ ସାମ୍ନାରୁ ଆସୁଥିବା ଏକ କାର ଭାରସାମ୍ୟ ହରାଇ ଶଗଡକୁ ଧକ୍କା ଦେଇଥିଲା  । ଘଟଣାସ୍ଥଳରେ ଗୋଟିଏ ବଳଦର ମୃତୁ୍ୟ ଘଟିଥିବା ବେଳେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାୟା ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ  । ପ୍ରଶନ୍ନଙ୍କ ଉନ୍ନତ ଚିକିସôା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି  । ଘଟଣାର ଖବର ପାଇ ରିଆମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିିଛି  ।