ଶୃଙ୍ଖଳା ଭାଙ୍ଗୁଛନ୍ତି ସୁଲତା : ଦେବାଶିଷ

ଶୃଙ୍ଖଳା ଭାଙ୍ଗୁଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ସୁଲତା ଦେଓଙ୍କ ପୋଷ୍ଟକୁ ନେଇ ଏପରି ମନ୍ତବ୍ୟ ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ମୁଁ କେବେ ଦଳକୁ ଆସିଛି ସେ କେବେ ଆସିଛନ୍ତି ସେଥିରେ ଫରକ ଅଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିବା ପରେ ଆମର କାହାର ଅଧିକାର ନାହିଁ । ସେ ଜୁନିୟର ହୋଇ ମଧ୍ୟ ଦଳରେ ଶୃଙ୍ଖଳାକୁ ଭଙ୍ଗ କରୁଛନ୍ତି । ଏସବୁ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ନିଆଯାଇଛି, ସେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଦେବାଶିଷ କହିଛନ୍ତି ।