ଫେରସ୍ତ ମିଳିବ ଚିଟଫଣ୍ଡ ଟଙ୍କା
ଭୁବନେଶ୍ୱର: ରାଜ୍ୟ ସରକାର ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିପାଇଁ ସରକାର ଏକ ନୂଆ ନିଦେ୍ର୍ଦଶାବଳୀ ପ୍ରସ୍ତୁତ କରୁଛନ୍ତି । ଯାହାଫଳରେ ଅର୍ଥ ଫେରସ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ବିଧାୟିକା ସୋଫିଆ ଫିଦେ୍ର୍ଦାଷଙ୍କ ଏସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ସରକାର କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ ଜମାରାଶି ଫେରସ୍ତ କରିବା ପାଇଁ ତ୍ୱରିତ ପଦକ୍ଷେପ ନେଇଛନ୍ତି । ଏହି ଫେରସ୍ତ ପ୍ରକି୍ରୟା ତ୍ୱରାନ୍ୱିତ କରିବା ପାଇଁ ସରକାର ପ୍ରକି୍ରୟାକୁ ସରଳୀକରଣ ଏବଂ ବିକେନ୍ଦ୍ରୀକରଣ କରି ପ୍ରତ୍ୟେକ ଜିଲ୍ଲାକୁ କ୍ଷତିଗ୍ରସ୍ତ ଜମାକାରୀଙ୍କ ଜମାରାଶି ଫେରସ୍ତ କରିବା ପାଇଁ ଅଧିକୃତ କରିଛନ୍ତ । ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ତଦନ୍ତ କମିଶନ ୭ଗୋଟି ଅନ୍ତରୀଣ ରିପୋର୍ଟ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଏଥିରେ ୪ ଲକ୍ଷ ୭୨ ହଜାର ୬୫୧ଜଣ ଜମାକାରୀକୁ ଅର୍ଥ ଫେରସ୍ତ ପାଇଁ ସୁପାରିଶ କରିଥିଲେ । ବର୍ତ୍ତମାନ ସୁଦ୍ଧା ୯୬,୪୭୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୪୫ କୋଟି ୬୯ ଲକ୍ଷ ଟଙ୍କା କର୍ପସ ପାଣ୍ଠିରୁ କ୍ଷତିପୂରଣ ଆକାରରେ ସରକାରଙ୍କ ଦ୍ୱାରା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଇଅଛି । ଅବଶିଷ୍ଟ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ସରକାର ତ୍ୱରିତ ପଦକ୍ଷେପ ନେଉଛନ୍ତି ।
ଏତଦ୍ବ୍ୟତୀତ, କଟକର ଅତିରିକ୍ତ ଜିଲ୍ଲାପାଳ ଓ କ୍ଷମତାପନ୍ନ ପ୍ରାଧିକାରୀଙ୍କ ଦ୍ୱାରା ପ୍ରକୃତ ଜମାକାରୀମାନଙ୍କୁ ଚିହ୍ନଟ ପାଇଁ ଆହ୍ୱାନ କରାଯାଇଥିବା ଦରଖାସ୍ତରୁ ରୋଜ୍ ଭ୍ୟାଲି ଦ୍ଭ ୭ ପୃଷ୍ଠାରେ...