ସେବା ବିତରଣ ପ୍ରକ୍ରିୟାକୁ ସରଳ କରୁଛି ଟିପିଏନଓଡିଏଲ

 ବାଲେଶ୍ୱର: ଉପଭୋକ୍ତାମାନଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ଓ ସେମାନଙ୍କ ହାତ ପାଆନ୍ତାରେ ସମସ୍ତ ସୁବିଧା ସୁଯୋଗ ପିଁଚାଇବାକୁ ଗୁରୁତ୍ୱ ଦେଉଛି ଟିପିଏନଓଡ଼ିଏଲ । ବିଦ୍ୟୁତ ସେବା ସମ୍ପର୍କିତ ଯେ କୌଣସି ସମସ୍ୟାର ସମାଧାନ ପାଇଁ ୨୪ଘଣ୍ଟିଆ ଦେୟ ମୁକ୍ତ ଗ୍ରାହକ ସେବା ନମ୍ବର ୧୮୦୦୩୪୫୬୭୧୮/ ୧୯୧୨ ସୁବିଧା କରାଯିବା ସହ ୧୬ଟି ଗ୍ରାହକ ସେବା କେନ୍ଦ୍ର ଓ ୧୩୯ଟି ଅନୁଭବ କେନ୍ଦ୍ର ମଧ୍ୟ ଖୋଲିଛି । ଗ୍ରାହକ ସେବା କେନ୍ଦ୍ରଗୁଡ଼ିକ ଟିପିଏନଓଡିଏଲର ସମସ୍ତ ଡିଭିଜନରେ ଖୋଲିଥିବା ବେଳେ ଅନୁଭବ କେନ୍ଦ୍ରଗୁଡ଼ିକ ଗ୍ରାମାଞ୍ଚଳର ଉପଭୋକ୍ତାମାନଙ୍କୁ ଉତମ ସେବା ଯୋଗାଇବା ପାଇଁ ଖୋଲିଛି । ଏହି କେନ୍ଦ୍ରଗୁଡ଼ିକରେ ଉପଭୋକ୍ତା ବିଦୁ୍ୟତ ସେବା ସମ୍ପର୍କିତ ନିଜର ଦ୍ୱନ୍ଦ୍ୱ ଦୂର କରିବା, ସମସ୍ୟାର ସମାଧାନ କରିବା ସହିତ ବିଲ ପଇଠ ମଧ୍ୟ କରିପାରିବେ । ଗ୍ରାହକ ସେବା କେନ୍ଦ୍ର ଓ ଅନୁଭବ କେନ୍ଦ୍ରଗୁଡ଼ିକ ଛୁଟିଦିନ ବ୍ୟତୀତ ପ୍ରତିଦିନ ସକାଳ ୯.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ସମସ୍ତ ସେକ୍ସନ,ସବ-ଡିଭିଜନ୍ ଓ ଡିଭିଜନ ଅଫିସରେ ମଧ୍ୟ ଉପଭୋକ୍ତା ନିଜର ଅଭିଯୋଗ ଦାଖଲ କରିବାର ସୁଯୋଗ ପାଉଛନ୍ତି । ସେହିପରି ସଠିକ ଏବଂ ସ୍ୱଚ୍ଛ ବିଦୁ୍ୟତ୍ ବିଲ୍ ପ୍ରଦାନ କରିବା ଉପରେ ଟିପିଏନଓଡିଏଲ ଗୁରୁତ୍ୱ ଦେଉଛି । ଯାହାକି ଉପଭୋକ୍ତାଙ୍କ ବୁଝିବା ପାଇଁ ସହଜ ଓ କୌଣସି ଅସଙ୍ଗତି ଥିଲେ ସଂଶୋଧନ କରିବା ପ୍ରକ୍ରିୟା ମଧ୍ୟ ସହଜ ଅଟେ । ବିଦ୍ୟୁତ ବିଲ ପଇଠ ପ୍ରକ୍ରିୟାକୁ ସହଜ କରିବା ପାଇଁ ଟିପିଏନଓଡିଏଲର ସମସ୍ତ ଡିଜିଟାଲ ପଦ୍ଧତି ଜରିଆରେ ବିଲ ଗ୍ରହଣ କରୁଥିବାବେଳେ ସ୍ପାଇସ ମନି କେନ୍ଦ୍ର, ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ, ଏସବିଆଇ କଷ୍ଟମର ଟଚ ପଏଣ୍ଟ ଭଳି ବିଭିନ୍ନ ତୃତୀୟ ପକ୍ଷ ସଂସ୍ଥା ଦ୍ୱାରା ବିଦ୍ୟୁତ ବିଲ୍ ପଇଠ ପାଇଁ ସୁବିଧା ଉପଲବ୍ଧ କରିଛି । ସେହିଭଳି ବିଜୁଳି ସେବା ସମ୍ବନ୍ଧିତ ସମସ୍ତ ସହାୟତା ପାଇଁ ‘ମାଇଁ ଟାଟା ପାୱାର ଆପ’କୁ ବ୍ୟବହାର କରିବାକୁ ଟିପିଏନଓଡିଏଲ