ବିଦୁ୍ୟତ୍ ତାର ଝୁଲିବା ଘଟଣା, ନିରାପତ୍ତା ପାଇଁ ପ୍ରତିଶ୍ରୁତି ଦେଲା ବିଭାଗ
ବ୍ରହ୍ମବରଦା: ଅସୁରକ୍ଷିତ ୩୩ କେଭି ବିଦୁ୍ୟତ୍ ତାର, ନିରାପତ୍ତା ଦାବିକଲେ ପରିବାର, ଶୀର୍ଷକ ଖବର୨୪ ତାରିଖ ‘ସୂର୍ଯ୍ୟପ୍ରଭା’ରେ ପ୍ରକାଶ ପାଇବା ପରେ ବିଦୁ୍ୟତ ବିଭାଗର ନିଦ ଭାଙ୍ଗିଛି । ବିଭାଗ ପକ୍ଷରୁ ଉକ୍ତ ପରିବାକୁ ନିରାପତ୍ତା ପ୍ରତିଶ୍ରୁତି ଦିଆଯାଇଛି । ପ୍ରକାଶ ଥାଉକି ରସୁଲପୁର ବ୍ଲକ ଅଧିନ ବନ୍ଧଢିଅ ପଞ୍ଚାୟତ ସାହାପଡ଼ା ଗ୍ରାମର ସୁରେଶ କୁମାର ସାହୁ ତାଙ୍କର ବ୍ରହ୍ମବରଦା ପଞ୍ଚାୟତ ସ୍ଥିତ ପହି ନିକଟରେ ଥିବା ଦୁଇ ମହଲା ବାସଗୃହର ବାଲକୋନୀ ଦେଇ ଖୁବ ନିକଟରେ ଅସୁରକ୍ଷିତ ଭାବେ ଉଚ୍ଚ କ୍ଷମତା ସମ୍ପନ୍ନ ୩୩ କେଭି ବିଦୁ୍ୟତ୍ ତାର ଯାଇଅଛି । ତେଣୁ ନିଜ ପରିବାରର ନିରାପତା ପାଇଁ ଶ୍ରୀ ସାହୁ ବ୍ରହ୍ମବରଦା କନିଷ୍ଠ ପରିଚାଳକ ବିଦୁ୍ୟତ୍ ଉପଖଣ୍ଡ ଓ କୁଆଖିଆ ଡିଭିଜନ ଏସ୍ଡିଓଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ । ଏଥି ସହିତ ଉକ୍ତ ଖବରଟିକୁ ସାମାଜିକ ଗଣମାଧ୍ୟମ "ଏକ୍ସ’ ପୂର୍ବର ଟ୍ୱିଟର ଜରିଆରେ ଟିପି ଏନ୍ଓଡି ଏଲ୍ ବାଲେଶ୍ୱରର କାର୍ଯ୍ୟାଳୟର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଟିପିଏନ୍ଓଡିଏଲ୍ କାର୍ଯ୍ୟାଳୟରୁ ଏହାର ପ୍ରତିଉତର ସ୍ୱରୁପ ଲୋକ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟାଟା ବିଦୁ୍ୟତ୍ ଉକ୍ତ ଘଟଣା ବିଷୟରେ ୨୪ ଘଣ୍ଟା ଭିତରେ ସୂଚନା ପ୍ରଦାନ କରିବା ପାଇଁ କହିଥିଲେ । ଏହାର ପ୍ରଭାବରେ ଟାଟା ବିଦ୍ୟୁତ୍ ବିଭାଗ ପକ୍ଷରୁ ତତ୍ପରତା ଦେଖା ଯାଇଥିଲା । କୁଆଖିଆ ବିଦୁ୍ୟତ୍ ବିଭାଗର ଅଧିକାରୀ ମାନେ ଶ୍ରୀ ସାହୁଙ୍କ ବାସଗୃହ ନିକଟରେ ପହଞ୍ଚି ଉକ୍ତ ୩୩ କେଭି ବିଦ୍ୟୁତ୍ ତାରର ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥି ସହିତ ଶ୍ରୀ ସାହୁଙ୍କ ପରିବାରର ବାସଗୃହର ସୁରକ୍ଷା ଓ ପରିବାରର ନିରାପତା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତା ସହିତ ବିଦୁ୍ୟତ୍ ବିଭାଗ ପକ୍ଷରୁ ନିରାପତା ବ୍ୟବସ୍ଥା ବିଳମ୍ବ ହେଉଥିବାରୁ ଶ୍ରୀ ସାହୁ ଜିଆରଏଫର ଦ୍ୱାରସ୍ଥ ହୋଇଛନ୍ତି । ଏବେ ଦେଖିବାକୁ ବାକି ରହିଲା ଟାଟା ବିଦୁ୍ୟତ୍ ବିଭାଗ ଶ୍ରୀ ସାହୁଙ୍କ ପରିବାରର ସୁରକ୍ଷା ପାଇଁ କେବେ ତାଙ୍କ ପ୍ରତିଶ୍ରୁତି ପୂରଣ କରୁଛନ୍ତି ।