ଓଲଟିଲା ପିକଅପ୍

 ନୀଳଗିରି:  ଝରଣାଘାଟି ଶେରଗଡ଼ ୧୯ନଂ ରାଜ୍ୟ ରାଜପଥ ଭାଲୁକାଶୁଣି ୧୧ନଂ ପୋଲ ନିକଟରେ ଏକ ଦ୍ରୁତଗାମୀ ଧାନ ବୋଝେଇ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି । ସୂଚନା ଅନୁଯାୟୀ ବରହମପୁର ଅଞ୍ଚଳର ଜୈନିକ ଧାନ ବ୍ୟବସାୟୀ  ନଂ (ଓଡ଼ି ୦୧- ଏ ୱାଇ -୪୦୪୪) ଏକ ପିକଅପ୍ ଭ୍ୟାନରେ ଆରବନ୍ଧ ଅଞ୍ଚଳରୁ ୨୫କ୍ୱିଣ୍ଟାଲ ଧାନବସ୍ତା ଲୋଡ୍ କରି କୁରୁଡା ଅଞ୍ଚଳର ଏକ ଧାନମିଲ୍କୁ ଦ୍ରୁତଗତିରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ କାହାରି କ୍ଷତି ହୋଇନଥିବା ବେଳେ ଡ଼୍ରାଇଭର ଜଣକ ବାଙ୍କିସାହି ଗ୍ରାମର ବୋଲି ସୂଚନା ମିଳିଛି ।