ସ୍କୁଲ ନ ଖୋଲିଲେ ଭୋଟ ବର୍ଜନ

ଜଗତସିଂହପୁର: ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରିଛନ୍ତି ଗ୍ରାମବାସୀ । ବନ୍ଦ ହୋଇଥିବା ବିଦ୍ୟାଳୟକୁ ଯଦି ଖୋଲା ନାଯାଏ ତାହେଲେ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଅନ୍ୟତ୍ର ମିଶ୍ରଣ ହୋଇ ବନ୍ଦ ହୋଇଯାଇଛି. ସରକାରୀ ବିଦ୍ୟାଳୟ ଖୋଲିବା ଦାବି ନେଇ ଗଇଠିପୁର ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଥିବା ଖବର ପରିବେଷଣ ପରେ ତିର୍ତ୍ତୋଲ ବ୍ଲକ ଅଧିକାରୀଙ୍କ ନିର୍ଦେଶ ଅନୁଯାୟୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ତଦନ୍ତ ପାଇଁ ଆସିଥିଲେ । ତଦନ୍ତକାରୀ ଅଫିସର ବନ୍ଦ ପଡ଼ିଥିବା ବିଦ୍ୟାଳୟକୁ ନ ଆସି ପଞ୍ଚୟତ କାର୍ଯ୍ୟାଳୟକୁ ଗ୍ରାମର ୪ / ୫ ଜଣ ବ୍ୟକ୍ତିଙ୍କୁ ଆଲୋଚନା ପାଇଁ ଡାକିଥିଲେ । ଯାହା ଫଳରେ ସେହି ଆଲୋଚନା ବିଫଳ ହୋଇଥିଲା । ଅନିୟମିତତା ଭାବେ ବିଦ୍ୟାଳୟକୁ ବନ୍ଦ କରି ଅନ୍ୟତ୍ର ମିଶ୍ରଣ ଗ୍ରାମବାସୀଙ୍କୁ ଶକ୍ତ ଧକ୍କା ଲାଗିଛି । ଯେତେବେଳେ ଭୋଟ ଦେଇ ନେତା ବାଛୁଛନ୍ତି ସେହି କାମ ପଡିଲେ ନେତାମାନେ ହାତ ଟେକିଦେଉଛନ୍ତି । ନେତାମାନଙ୍କୁ କାହିଙ୍କି ଭୋଟ ଦେବବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।  ୨୦୧୮ ମସିହାରେ ବିଦ୍ୟାଳୟ ଅନ୍ୟତ୍ର ମିଶ୍ରଣ ପାଇଁ ନିର୍ଦେଶ ଆସିବାପରେ ଗଇଠିପୁର ଗ୍ରାମବାସୀ ସେତେବେଳର ଜଗତସିଂହପୁର ଜÿିଲ୍ଲାପାଳ ସଂଗ୍ରାମ ମହାପାତ୍ରଙ୍କୁ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଲିଖିତ ଦାବୀପତ୍ର ଦେଇଥିଲେ । ସେହି ସମୟରେ ଜÿିଲ୍ଲାପାଳ ଶ୍ରୀ ମହାପାତ୍ର ଚଞ୍ଚକତାପୂର୍ଣ୍ଣ ମର୍ଜର ସ୍କୁଲ ସହିତ ଗ୍ରାମବାସୀଙ୍କ ଅତ୍ମୀୟତା ରହିଥିବା ତଦନ୍ତ ରିପୋର୍ଟରେ ଦର୍ଶାଇ ଗଇଠିପୁର ବିଦ୍ୟାଳୟକୁ ଅନ୍ୟତ୍ର ମିଶ୍ରଣ କରିଦେଇଥିଲେ । ଗଇଠିପୁର ସରକାରୀ ବିଦ୍ୟାଳୟ ଲିଡ଼ ସ୍କୁଲ ତାଲିକାରେ ଥିଲା । ନାରୀଜଙ୍ଗ ସ୍କୁଲ ମର୍ଜର ତାଲିକାରେ ଥିଲା । ୨୦୨୨ ପର୍ଯ୍ୟନ୍ତ ବିଦ୍ୟାଳୟ ·ଲୁଥିବା ବେଳେ ୨୦୧୯ ମସିହାରେ ବିଦ୍ୟାଳୟ ବନ୍ଦ ବୋଲି ଜÿିଲ୍ଲାଶିକ୍ଷାଅଧିକାରୀ ଦର୍ଶାଇଥିଲେ । ଏହାପରେ  ୨୦୨୨/୨୩ ମସିହାରେ ଗଇଠିପୁର ଗ୍ରାମବାସୀ ଏହି ସମସ୍ୟାକୁ ସାଂସଦ ଡ଼ଃ ରାଜଶ୍ରୀ ମଲ୍ଲିକ, ମନ୍ତ୍ରୀ ସମୀର ଦାସ, ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଓ ବିଧାୟକ ବିଜୟ ଶଙ୍କର ଦାସଙ୍କ ଦୃଷ୍ଟି ଗୋଚର କରିଥିଲେ । ସେତେବେଳେ ସମସ୍ତେ କହିଥିଲେ ଯେ, ଜÿିଲ୍ଲାପାଳ ଆମ କଥା ଶୁଣୁନାହାନ୍ତି ଆମ୍ଭେ କଣ କରିବୁ । ସରକାରୀ ନିର୍ତ୍ତେଶ ବୋଲି କହି ହାତ ଟେକି ଦେଇଥିଲେ । ସେହି ଦୃଷ୍ଟିରୁ ରାଜନେତା ମାନଙ୍କୁ କଣ ପାଇଁ ଭୋଟ ଦିଆଯିବ, ସେହି ନ୍ୟାୟରେ ଗଇଠିପୁର ଗ୍ରାମବାସୀ ଭୋଟ ବର୍ଜନ କରିବେବୋଲି ନିଷ୍ପତ୍ତି ନେଇଛନ୍ତି । ଯେତେବେଳେ ଜନସାଧାରଣ ମାନେ ଭୋଟ ଦେଇ ନେତା ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କୁ ବାଛନ୍ତି ହେଲେ ସେହିମାନେ ଆସନରେ ବସିଯିବା ପରେ ସରକାରୀ ନିକ୍ରର୍୍ଶ କହି ହାତ ଉଠାଇଦେଇଥାନ୍ତି. । ଗଇଠିପୁର ଗ୍ରାମବାସୀ ସ୍କୁଲ ଖୋଲିବା ଦାବିନେଇ ଭୋଟ ବର୍ଜନ କରିବେବୋଲି ନିଷ୍ପତ୍ତି ନେଇଛନ୍ତି ।