କଇଁଛ ମୁଦି ପିନ୍ଧିବାର ନିୟମ

ଅନେକ ଲୋକ ହାତରେ କଇଁଛ ମୁଦି ପିନ୍ଧୁଛନ୍ତି । ତେବେ ଏହା କେବଳ ଯେ, ଫେଶନ ପାଇଁ ଉଦ୍ଦିଷ୍ଟ ତାହା ନୁହେଁ, ଏହାର ଅନେକ ଲାଭ ମଧ୍ୟ ଅଛି । ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ରରେ କଇଁଛକୁ ଶୁଭ ବୋଲି ବିଚାର କରାଯାଏ । ଏହାକୁ ପିନ୍ଧିବା ଦ୍ୱାରା ମା' ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ । ତେବେ କଇଁଛ ମୁଦି ପିନ୍ଧିବା ସମୟରେ କେଉଁ ନିୟମ ଉପରେ ଗୁରୁତ୍ୱ ଦେବା ଦରକାର, ଜାଣନ୍ତୁ । ଏହାକୁ ପିନ୍ଧୁଥିବା ଲୋକଙ୍କୁ ସାତ୍ତ୍ୱିକ ନିୟମ ପାଳନ କରିବାକୁ ପଡ଼ିବ ।ରୂପା କଇଁଛ ମୁଦି ଧାରଣ କରିବା ଲାଭଦାୟକ । ନିତ୍ୟକର୍ମ ସମୟରେ ଏହାକୁ ଅଙ୍ଗୁଳିରୁ ବାହାର କରିବା ଉଚିତ । ଏହାକୁ ଅନାମିକା, ମଧ୍ୟମା ଅଙ୍ଗୁଳିରେ ପିନ୍ଧିବା ଭଲ । ଏହାକୁ ଶୁକ୍ରବାର ଧାରଣ କରିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ ରହିଛି ।