ଆଜି ଦିନ ୨ଟା ପରେ ଏହି ଅଞ୍ଚଳରେ ବନ୍ଦ ରହିବ ପାନୀୟଜଳ ଯୋଗାଣ

ଆଜି ଦିନ ୨ଟା ପରେ ଏହି ଅଞ୍ଚଳରେ ବନ୍ଦ ରହିବ ପାନୀୟଜଳ ଯୋଗାଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଧିକାଂଶ ଅଞ୍ଚଳରେ ୨୪ ଘଣ୍ଟା ଧରି ବନ୍ଦ ରହିବ ପାନୀୟଜଳ ଯୋଗାଣ। ଶୁକ୍ରବାର ଅପରାହ୍ଣ ୨ଟାରୁ ଶନିବାର ଅପରାହ୍ଣ ୨ଟା ପର୍ୟ୍ୟନ୍ତ ପାନୀୟଜଳ ଯୋଗାଣ ବନ୍ଦ ରହିବ। ମୁଖ୍ୟ ଜଳ ଯୋଗାଣ ପାଇପ୍‌‌ ମରାମତି ଯୋଗୁଁଁ ମୁଣ୍ଡଳୀରୁ ଜଳଯୋଗାଣ ବନ୍ଦ ରହିବ। ତେଣୁ ଜଳ ସଞ୍ଚୟ କରି ରଖିବା ପାଇଁ ୱାଟ୍‌‌କୋ-୧ ମହାପ୍ରବନ୍ଧକ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି।

ଜଳଯୋଗାଣ ବନ୍ଦ ରହିବାକୁ ଥିବା ଅଞ୍ଚଳଗୁଡ଼ିକ ହେଲା ଘାଟିକିଆ, ପୋଖରୀପୁଟ, ହାଇ ଲେଭେଲ୍‌‌ ଟ୍ୟାଙ୍କ, କଳିଙ୍ଗନଗର, ପାତ୍ରପଡ଼ା, ଭରତପୁର, ଶାମପୁର, ଘାଟିକିଆ, ଖଣ୍ଡଗିରି ବାରି, ଖଣ୍ଡଗିରି ବିହାର, କୋଳଥିଆ, ଆଇଗିଣିଆ, ବରମୁଣ୍ଡା, ଜଗନ୍ନାଥ ବିହାର, ରେଣ୍ଟାଲ କଲୋନୀ, ସିଆର୍‌‌ପିଏଫ୍‌‌ ଅଞ୍ଚଳ, ଏକାମ୍ର ଭିଲ୍ଲା, ବରମୁଣ୍ଡା ବସ୍‌‌ଷ୍ଟାଣ୍ଡ ଅଞ୍ଚଳ, ତପୋବନ, ଏମ୍ସନଗର, ଏମ୍‌‌ସ ହସ୍ପିଟାଲ୍‌‌, ଯଦୁପୁର, ଡୁମ୍‌‌ଡୁମା ଗାଁ, ଡୁମ୍‌‌ଡୁମା ହାଉସିଂ ବୋର୍ଡ କଲୋନୀ, ଜାଗମରା, ଜଗମୋହନ ନଗର, ଧର୍ମ ବିହାର, ଗଣ୍ଡମୁଣ୍ଡା, ଭକ୍ତମଧୁ ନଗର, ଅନନ୍ତ ବିହାର, ଲିଙ୍ଗରାଜ ବିହାର, କାର୍ଗିଲ ବସ୍ତି, କପିଳ ପ୍ରସାଦ ଗାଁ, କପିଳ ପ୍ରସାଦ ବିଡିଏ କଲୋନୀ, ସୁନ୍ଦରପଦା, ବରମୁଣ୍ଡା ଗାଁ, କ୍ରିଷ୍ଣା ଗାର୍ଡେନ୍‌‌, ମଲ୍ଲିକ କମ୍ପେ୍ଲକ୍ସ, ସିଦ୍ଧି ବିହାର, ସୌଭାଗ୍ୟ ନଗର, ଶତାବ୍ଦୀ ନଗର, ହାଇ ଲେଭେଲ୍‌‌ ଟ୍ୟାଙ୍କ ଏରୋଡ୍ରମ୍‌‌ ଏରିଆ, ଭିମ୍‌‌ପୁର, ପଳାସପଲ୍ଲୀ, ଫରେଷ୍ଟପାର୍କ, ଶିରିପୁର, ଗଙ୍ଗନଗର, ୟୁନିଟ୍‌‌-୧ରୁ ୮(ଆଂଶିକ), ନୟାପଲ୍ଲୀ ଅଞ୍ଚଳ ଆଇଆର୍‌‌ସି ଭିଲେଜ, ଏନ୍‌‌-୧ରୁ ଏନ୍‌‌ ୬ ପର୍ୟ୍ୟନ୍ତ, ନୟାପଲ୍ଲୀ ଗାଁ, କବାରୀ ବସ୍ତି, ଗଡ଼଼ସାହି ବସ୍ତି, ନୀଳକଣ୍ଠ ନଗର, ବାଲିତୋଟା ସାହି, ଆନନ୍ଦ ବିହାର, ସୀତାପୁର ବସ୍ତି, ଶାସ୍ତ୍ରୀ ନଗର, ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ସାଲିଆ ସାହି ଓ ମୈତ୍ରୀ ବିହାର ଏହି ସବୁ ଅଞ୍ଚଳରେ ଶୁକ୍ରବାର ଦିନ ୨ଟାରୁ ଶନିବାର ଦିନ ୨ଟା ପର୍ୟ୍ୟନ୍ତ ପାନୀୟ ଜଳଯୋଗାଣ ବନ୍ଦ ରହିବ। ଅସୁବିଧା ପାଇଁ ଆମେ ଦୁଃଖିତ ବୋଲି ୱାଟ୍‌‌କୋ-୧ ମହାପ୍ରବନ୍ଧକ କହିଛନ୍ତି।