ଖୁରାନିଆ ହେଲେ ଡିଜି
YB Khurania, Police DGP

ଭୁବନେଶ୍ୱର : ୧୯୯୦ ବ୍ୟାଚ ଆଇପିଏସ ଯୋଗେଶ ବାହାଦୂର ଖୁରାନିଆ ପୁଲିସ ଡିଜି ଭାବେ ନିଯୁକ୍ତି ହୋଇଛନ୍ତି । ନିକଟରେ ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ପୂର୍ବରୁ ସେ ବିଏସଏଫ ସ୍ପେଶିଆଲ ଡିଜି ଭାବେ କାର୍ଯ୍ୟ କରୁଥିଲେ । ପୁଲିସ କମିଶନର ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ।
ଓଡ଼ିଶାରେ ଥିବାବେଳେ ସେ ଉତ୍ତର ଓ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି, ଭୁବନେଶ୍ୱର ଡିଆଇଜି, ବିଜୁ ପଟ୍ଟନାୟକ ପୁଲିସ ଏକାଡେ଼ମୀର ନିର୍ଦ୍ଦେଶକ ସହିତ ନୟାଗଡ଼, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମର ଏସପି ଭାବେ ବି କାର୍ଯ୍ୟ କରିଥିଲେ ।