ମର୍ମନ୍ତୁଦ ଦୁର୍ଘଟଣା: ୨ମୃତ

ବରଗଡ : ବରଗଡ ଜିଲ୍ଲା ଭଟଲୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଦୋକାନରେ ପିଟି ହେଲା ବୋଲେରୋ, ଦୁଇ ମୃତ। ସୂଚନା ମୂତାବକ ଆଜି ସକାଳେ ଏକ ବୋଲେରୋ ଭଟଲୀ ଛକ ନିକଟରେ ଯାଉଥିବାବେଳେ ଭାରସାମ୍ୟ ହରାଇ  ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା। ଏହାପରେ ଏକ ଦୋକାନ ମଧ୍ୟକୁ ପଶିଯାଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ପରେ ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।