‘ଭିଡ଼ର ନିର୍ଭୁଲ ଆକଳନ କର’

 ଭୁବନେଶ୍ୱର/ପୁରୀ:  ଆଜି ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସୁରକ୍ଷା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି  । ବୈଠକରେ ମୁଖ୍ୟମନ୍ତ୍ରୀ ସୁରକ୍ଷାର ତିନୋଟି ଦିଗ ଉପରେ ଯଥା ସୁରୁଖୁରୁରେ ରଥ ପରିଚାଳନା ଓ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ପ୍ରତି ଗୁରୁତ୍ୱାରୋପ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ରଥଯାତ୍ରାର ଚାରିଗୋଟି ଉସôବ ମଧ୍ୟରୁ ଏବେବି ଆଉ ତିନୋଟି ବଡ ଓ ମହତ୍ୱପୂର୍ଣ୍ଣ ଉସôବ ବାହୁଡ଼ା, ସୁନାବେଶ ଓ ନୀଳାଦ୍ରୀ ବିଜେ ବାକି ଅଛି । ଅନୁକୂଳ ପାଗ ଯୋଗୁଁ ଏହି ତିନି ଦିନ ବହୁତ ଭକ୍ତ ଆସିବେ । ବିଶେଷ କରି ସୁନାବେଶ ଦିନ । ଏଣୁ ଏହି ବଡ ସମାଗମରେ ସୁରକ୍ଷା ବ୍ୟବସ୍ଥାର ପରିଚାଳନା ପାଇଁ ଏବଂ ସବୁବେଳେ ସବୁ ସମୟରେ କିଛି ଅପ୍ରତ୍ୟାଶିତ ଘଟଣା ପାଇଁ ପ୍ରସ୍ତୁତ ରହିବା ଅତ୍ୟନ୍ତ ଜରୁରୀ ।ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ନିର୍ଭୁଲ କ୍ରାଉଡ଼ ଏଷ୍ଟିମେଶନ ହେଉଛି ପ୍ରଥମ ଷ୍ଟେଜ । ତେଣୁ ଆଗାମୀ ତିନିଗୋଟି ବଡ ଉସôବ ପାଇଁ ନିର୍ଭୁଲ ଭାବେ ଭିଡ଼ର ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ  । ରଥଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଏସଓପି ରହିଛି । ଏହାକୁ କଡାକଡି ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । କର୍ଡନ ଭିତରେ ଗହଳି ହ୍ରାସ କରିବା ପାଇଁ କର୍ଡନ ପାସ ପ୍ରଦାନକୁ କାଣ୍ଟଛାଣ୍ଟ କରିବା ପାଇଁ ସେ କହିଥିଲେ । ମହାରଣା ସେବକ ଓ ଭୋଇ ସେବକମାନଙ୍କ ପରାମର୍ଶ ନେଇ, ରଥ ଟଣା ନୀତି କରିବା ଆବଶ୍ୟକ ବୋଲି ସେ କହିଥିଲେ । 
ବାହୁଡ଼ା, ସୁନାବେଶ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ସ୍ଥଳେ ଅଧିକ ଫୋର୍ସ ମୁତୟନ କରିବା ପାଇଁ ସେ ନିଦେ୍ର୍ଦଶ ଦେଇଥିଲେ  । ଟ୍ରାଫିକ କଣ୍ଟ୍ରୋଲ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ଆଗାମୀ ଦିନମାନଙ୍କରେ ଯାହାସବୁ ମହାପ୍ରଭୁଙ୍କ କାର୍ଯ୍ୟକ୍ରମ ଅଛି ସେଗୁଡିକ ଯେଭଳି ସୁରୁଖୁରୁରେ ସମ୍ପାଦିତ ହେବ ସେଥିପ୍ରତି ଅଧିକ ଯନôବାନ ହେବା ପାଇଁ ସେ କହିଥିଲେ  । ବାକି ଥିବା ତିନୋଟି ଉସôବରେ ଅସଂଖ୍ୟ ଲୋକ ବେଳାଭୂମିରେ ସମୟ ଅତିବାହିତ କରିବେ  । ତେଣୁ ବେଳାଭୂମିକୁ ସୁରକ୍ଷିତ ରଖିବା ପାଇଁ ପୋଲିସ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ସେ ଅଗ୍ନିଶମ ବିଭାଗକୁ କହିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ପୁରୀ ଭୁବନେଶ୍ୱର ରାସ୍ତା ସମେତ ବେଳାଭୂମି, ରେଳ ଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ସମୁଖ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କୁ, କଡା ନଜର ରଖି ସମସ୍ତେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ  । ସେ କହିଥିଲେଯେ, ଏହି କାମ ଆମମାନଙ୍କ ପାଇଁ ଏକ ଡୁ୍ୟଟି ନୁହେଁ, ଏହା ହେଉଛି ସୌଭାଗ୍ୟର ବିଷୟ । ସମର୍ପଣ ଭାବ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ସେ ସମସ୍ତ ଉପସ୍ଥିତ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ।କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ସମାପନ ବିଷୟରେ ବିବରଣୀ ରଖିଥିଲେ  । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ଆଡପ ମଣ୍ଡପ ଦର୍ଶନ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ । ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଟ୍ରାଫିକ ନିୟନ୍ତ୍ରଣ ଓ ରଥଯାତ୍ରା ସମାପ୍ତ ହେବା ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପର ବିବରଣୀ ପ୍ରଦାନ କରିଥିଲେ  । ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ଡଃ ସମ୍ବିତ ପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ମହାନିଦେ୍ର୍ଦଶକ  ୱାଇ. ବି. ଖୁରାନିଆ, ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଦାୟିତ୍ୱରେ ଥିବା କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ସୁରକ୍ଷା ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ସୁଚିନ୍ତିତ ମତାମତ ରଖିଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ପିପିଲି ବିଧାୟକ  ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓଁ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଗୃହ ବିଭାଗର ଏସିଏସ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଆରକ୍ଷୀ ମହା ନିଦେ୍ର୍ଦଶକ (ଅଗ୍ନିଶମ)  ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ ଦୟାଲ ଗଙ୍ଗୁଆର ଓ ପୁରୀ ଏସପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା ସମସ୍ତଙ୍କୁ ସ୍ୱାଗତ କରିଥିଲେ ।