ନିଷ୍ପତ୍ତି ବଦଳାଇଲେ ସରକାର, ବିଧାନସଭାରେ ହଟିଲା ମୋବାଇଲ କଟକଣା

ନିଷ୍ପତ୍ତି ବଦଳାଇଲେ ସରକାର, ବିଧାନସଭାରେ ହଟିଲା ମୋବାଇଲ କଟକଣା

ଭୁବନେଶ୍ୱର : ବିଧାନସଭାରେ ସାମ୍ବାଦିକଙ୍କ ଉପରେ ଲାଗିଥିବା ମୋବାଇଲ କଟକଣା ଇତିମଧ୍ୟରେ ହଟାଇ ଦିଆଯାଇଛି। ସାମ୍ବାଦିକମାନେ ଆନ୍ଦୋଳନ କରିବା ପରେ ସରକାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ମୋବାଇଲ କଟକଣା ହଟିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କଟକଣା ଉଠିଥିଲେ ମଧ୍ୟ ମିଡିଆ ଗ୍ୟାଲେରୀରେ ଫଟୋଗ୍ରାଫି ଓ ଭିଡିଓ ରେକର୍ଡିଂ ମନା ହୋଇଛି। ମଙ୍ଗଳବାର ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଥିଲେ।  କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ ବାରଣ କରାଯାଇଥିଲା।

ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ।  ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଥିଲେ । ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ କରାଯାଇଛି। ଏନେଇ ମୁହଁ ଖୋଲିଛନ୍ତି ତାରା। ସେ କହିଛନ୍ତି, ରାତି ସାରା ପ୍ରତିବାଦ କରିବୁ । ଗାନ୍ଧି ମୂର୍ତ୍ତି ତଳେ ବସି ରାତି ସାରା ପ୍ରତିବାଦ କରିବୁ। ବିଧାନସଭାରେ ଅଶାନ୍ତ ପରିବେଶ ନେଇ ବାଚସ୍ପତିଙ୍କୁ ଜଣାଇଥିଲୁ ହେଲେ ଆମ କଥା ଶୁଣିଲେନି। ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଜୟନାରାୟଣ ମୋର କଲର୍‌ ଧରିଲେ, ବାବୁ ସିଂ ଧକ୍କା ମାରିଲେ। ଏନେଇ ଲେଖିକି ଜଣାଇଲୁ ହେଲେ ବାଚସ୍ପତି ଶୁଣିଲେନି। ମୁଁ ସରକାରଙ୍କ ବିରୋଧରେ କହୁଛି ବୋଲି ସେମାନେ ଡରୁଛନ୍ତି।