ଟ୍ରାକ୍ଟର ଓଲଟି ୩ ଶ୍ରମିକଙ୍କ ଜୀବନ ଚାଲିଗଲା
ରାୟଗଡ଼ା ଜିଲା ଗୁଣୁପୁର ଗୁଲୁମୁଣ୍ଡାପାକା ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ପଡି ୩ଜଣ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଥିବା ବେଳେ ଗାଡ଼ି ଚାଳକଙ୍କ ସମେତ ୪ ଗୁରୁତର ଆହତ ହୋଇ ଗୁଣପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଏକ ଟ୍ରାକ୍ଟର ଇଟା ବୋଝେଇ କରି ଶ୍ରମିକଙ୍କୁ ଧରି ଅନ୍ଲୋଡ ପାଇଁ ଯାଉଥିଲା। ହେଲେ ଗୁଲୁମୁଣ୍ଡାପାକା ନିକଟ ମୁଖ୍ୟ ରାସ୍ତାରେ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଓଲଟି ପଡିଥିଲା। ଫଳରେ ଡ୍ରାଇଭରଙ୍କ ସହ ଶ୍ରମିକମାନେ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ୩ଜ