ଏକାଠି ହେଲେ ଅଶୀ ଦଶକର ଛାତ୍ରନେତା:ବନ୍ଧୁମିଳନକୁ ନେଇ ବିଜେଡ଼ିରେ କମ୍ପନ


 ଭୁବନେଶ୍ୱର:  ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଧାୟକ ବାବୁ ସିଂ, ଅମର ନାୟକ, ପ୍ରଶାନ୍ତ ଜଗଦେ୍ଦବ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର  । ମୟୂରଭଞ୍ଜର ଲୁଲୁଙ୍ଗରେ ଏମିତି ଦେଢ଼ ଶହରୁ ଉଦ୍ଧ୍ୱର୍ ନେତା ଠୁଳ ହୋଇଥିଲେ  । ଦଳ ସିନା ବଦଳିଯାଇଛି  । ହେଲେ ମନ ଏବେବି ଏକ ଅଛି  । ୧୯୮୦ ଦଶକର ଲଢୁଆ ଛାତ୍ରନେତାମାନେ ଏମିତି ବାର୍ତ୍ତା ଦେଇ ରାଜ୍ୟ ରାଜନୀତିକୁ ଚହଲାଇ ଦେଇଛନ୍ତି  । ବିଶେଷକରି ହଠାତ୍ ଏଭଳି ବନ୍ଧୁମିଳନ ବିଜେଡ଼ିରେ କମ୍ପନ ସୃଷ୍ଟି କରିଛି  ।
ଅଶୀ ଦଶକର ଟାଣୁଆ ଯୁବ ନେତା ରାଜା ମହାନ୍ତିଙ୍କ ସଂଯୋଜନାରେ ଏକ ବଡ଼ ଧରଣର ବନ୍ଧୁମିଳନ ହୋଇଛି  । ଓଡ଼ିଶାର କୋଣ ଅନୁକୋଣରୁ ତକôାଳୀନ ଜନତା ଦଳର ଯୁବ ଓ ଛାତ୍ରନେତାମାନେ ଏକାଠି ହୋଇଛନ୍ତି  । ଅଶୀ ଦଶକର ଏହି ଟାଣୁଆ ନେତାମାନଙ୍କର ଗୋଟିଏ ସାମଞ୍ଜସ୍ୟ ରହିଛି  । ସେମାନେ ସବୁ ଜନତା ଦଳର ଆଗଧାଡ଼ିର ଛାତ୍ରନେତା ଥିଲେ  । ଜାନକୀବାବୁଙ୍କ ଶାସନ ସମୟରେ ସେମାନେ ହିଁ ବିଜୁବାବୁଙ୍କ ରଣନୀତି କାର୍ଯ୍ୟକାରୀ କରିବାର ମୁଖ୍ୟ ପୁରୋଧା ସାଜିଥିଲେ  । ପ୍ରତିକୂଳ ସ୍ଥିତିରେ ସେମାନେ ଲଢ଼େଇ କରି ନିଜର ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଥିଲେ  । ହେଲେ ବିଜେଡ଼ି ଶାସନକୁ ଆସିବା ପରେ କାଁ ଭାଁ କିଛି ନେତାଙ୍କୁ ଛାଡ଼ି ବାକି ସବୁ ଛାତ୍ରନେତାଙ୍କୁ ଦଳ କୋଣଠେସା କରିଦେଇଥିଲା  । କୋଟରୀ ଶାସନ ପାଇଁ ଅନେକ ପ୍ରତିଭାଶାଳୀ ଛାତ୍ରମାନଙ୍କୁ ନଜର ଅନ୍ଦାଜ କରାଯାଇଥିଲା  । କିନ୍ତୁ ଏବେ ବିଜେଡ଼ିରେ ସବୁ କିଛି ଠିକ୍ ଚାଲିନାହିଁ  । ଆଗଭଳି ନବୀନବାବୁଙ୍କ ଶୃଙ୍ଖଳାର ଛାଟର ଦମ୍ ବି ନାହିଁ  ।  ଏଭଳି ଏକ ସନ୍ଦିକ୍ଷଣରେ ବିଜୁ ପରିବାରର ଆଗଧାଡ଼ିର ଛାତ୍ରନେତା ଏକାଠି ହେବା ଘଟଣା ନବୀନ ନିବାସରୁ ନେଇ ଶଙ୍ଖ ଭବନ ଯାଏଁ ଚର୍ଚ୍ଚାର ବିଷୟ ପାଲଟିଛି  । ଏହି ବନ୍ଧୁମିଳନର ଅନ୍ୟ ଏକ ବିଶେଷତ୍ୱ ହେଉଛି, ସବୁବେଳେ ଏକାଠି ଦ୍ଭ ୭ ପୃଷ୍ଠାରେ...