ସାଇକେଲ-ବାଇକ୍‌ ମୁହାଁମୁହିଁ : ୨ ଗୁରୁତର

ସାଇକେଲ-ବାଇକ୍‌ ମୁହାଁମୁହିଁ : ୨ ଗୁରୁତର

ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର କୋଟିବିରାଡ଼ି ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ବାଇକ୍‌ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ କୋଟିବିରାଡ଼ିର ଉଦୟ ନାୟକ ଓ ବାଲିସାହିର ବଦ୍ରିନାଥ ଓଡୋନ୍ଦ୍ରା। ସୂଚନା ପାଇ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ଆଣିବା ବ୍ୟବସ୍ଥା କରାଇଥିଲେ। ଏହାପରେ ମେଡିକାଲରେ ବିଧାୟକ ନିଜେ ରହି ସେମାନଙ୍କ ସ୍ବାସ୍ଥ୍ୟ ତଦାରଖ କରିଥିଲେ। କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି। ବିଧାୟକଙ୍କ ଏହିଭଳି ମାନବ ସେବା କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ପ୍ରକାଶ ଯେ, ଉଦୟ ଗ୍ରାମ ନଦୀକୁ ସାଇକେଲ ଯୋଗେ ଗାଧୋଇବାକୁ ଯାଉଥିଲେ। ଏହି ସମୟରେ ବାଲିସାହି ଆଡୁ ବାଇକ୍‌ରେ ଆସୁଥିବା ବଦ୍ରିନାଥଙ୍କ ସହ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗୁରୁତର ହୋଇଥିଲେ। ଡାକ୍ତରଖାନାରେ ବିଧାୟକଙ୍କ ସହ ଏମ୍‌ପି ପ୍ରତିନିଧି ଶିବଶଙ୍କର ପ୍ରଧାନ, ଧୋବା ଗୌଡ଼, କୁବେର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।