ଭୁବନେଶ୍ବର ଶିଶୁଭବନ ଓଭରବ୍ରିଜ ନିକଟରେ ଦୁର୍ଘଟଣା

ଫ୍ଲାଏ ଓଭର୍ ଡିଭାଇଡରକୁ ପିଟିଲା ୧୦୮ ଆମ୍ବୁଲାନ୍ସ । ଗତକାଲି ବିଳମ୍ୱିତ ରାତିରେ ଭୁବନେଶ୍ୱର ଶିଶୁ ଭବନ ଫ୍ଲାଏ ଓଭର ବ୍ରିଜରେ ହୋଇଛି ଏଭଳି ଦୁର୍ଘଟଣା । ଦୁର୍ଘଟଣା ହୋଇଥିବା ଆମ୍ବୁଲାନ୍ସର ଡାହାଣ ପାଖ ଆଗ ଚକ ବାହାରି ଯାଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆମ୍ବୁଲାନ୍ସ ଚାଳକ । ସୌଭାଗ୍ୟ ବଶତଃ ସେହି ସମୟରେ କୌଣସି ଗାଡ଼ି କିମ୍ବା ବାଟୋଇ ସେହି ରାସ୍ତା ଦେଇ ଯାଉ ନଥିଲେ , ଯେଉଁଥିପାଇଁ କାହାରି କିଛି କ୍ଷତି ହୋଇନାହିଁ । ଦୁର୍ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଆହତ ଆମ୍ବୁଲାନ୍ସ ମ୍ୟାନେଜର ଓ ଡ୍ରାଇଭରକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ସୂଚନା ଅନୁଯାୟୀ, ଆମ୍ବୁଲାନ୍ସଟି କ୍ୟାପିଟାଲ ହସ୍ପିଟାଲରୁ ବାଳକାଟି ଅଭିମୁଖେ ରୋଗୀଙ୍କୁ ଆଣିବାକୁ ଯାଉଥିବାବେଳେ ଶିଶୁ ଭବନ ଫ୍ଲାଏ ଓଭର ବ୍ରିଜ ପାଖାପାଖି ଆମ୍ବୁଲାନ୍ସ ଚାଳକଙ୍କ ଆଖି ଲାଗିଯାଇଥିଲା । ଯେଉଁଥିପାଇଁ ଏଭଳି ଘଟଣା ଘଟିଲା ବୋଲି ଆହତ ଆମ୍ବୁଲାନ୍ସ ଚାଳକ ଓ ମ୍ୟାନେଜର କହିଛନ୍ତି ।