ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ୧୦ ଟଙ୍କା ବଢ଼ିଲା ଶ୍ରମିକଙ୍କ ମଜୁରୀ, ଅପ୍ରେଲ ପହିଲାରୁ ପିଛିଲା ଭାବେ ଲାଗୁ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ୧୦ ଟଙ୍କା ବଢ଼ିଲା ଶ୍ରମିକଙ୍କ ମଜୁରୀ,  ଅପ୍ରେଲ ପହିଲାରୁ ପିଛିଲା ଭାବେ ଲାଗୁ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି  । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ମଞ୍ଜୁରୀ ଦେଇଛନ୍ତି  । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ମଜୁରୀ ବୃଦ୍ଧି କରିଛନ୍ତି  । ଏହି ନିଷ୍ପତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୪୫୨ ଟଙ୍କାରୁ ୪୬୨ ଟଙ୍କାକୁ ବୃଦ୍ଧି ପାଇଛି  । ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କ ମଜୁରୀ ୫୦୨ ଟଙ୍କାରୁ ୫୧୨ ଟଙ୍କା, କୁଶଳୀ ଶ୍ରମିକମାନଙ୍କ ଦୈନିକ ମଜୁରୀ ୫୫୨ ଟଙ୍କାରୁ ୫୬୨ ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୬୦୨ ଟଙ୍କାରୁ ୬୧୨ ଟଙ୍କାକୁ ବୃଦ୍ଧି ପାଇଛି  । ଏହି ବର୍ଦ୍ଧିତ ମଜୁରୀ ପିଛିଲା ଭାବେ ଏପ୍ରିଲ ପହିଲା ଠାରୁ ଲାଗୁ ହେବ  ।