ପଳାଶୁଣି ଛକରେ ଦୁର୍ଘଟଣା: ୫ ଆହତ
ଭୁବନେଶ୍ୱର: ଗୁରୁବାର ଅପରାହ୍ନରେ ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣି ଛକରେଏକ ସିରିଜ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଞ୍ଚେଶ୍ୱର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।
ସୂଚନା ମୁତାବକ, ଏକ ଟ୍ରକ ଭାରସାମ୍ୟ ହରାଇ ଏକାଧିକ କାରକୁ ଧକ୍କା ଦେଇଥିଲା। ଫଳରେ ୫ଜଣ ଆହତ ହୋଇଛନ୍ତି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।