ଚିନ୍ତା ବଢାଇଛି ପ୍ରି-ଆକ୍ଟିଭ୍ ସିମ୍ ; ଗାଇଡ୍ଲାଇନ୍ ହେଉନି ପାଳନ
( ଜିତେନ୍ଦ୍ର ସାହୁ )ଭୁବନେଶ୍ୱର, ୧୨ା୬ : କ୍ରାଇମ୍ବ୍ରାଞ୍ଚ ଏବଂ କମିଶନରେଟ୍ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି ପ୍ରି-ଆକ୍ଟିଭ୍ ସିମ୍ । ରାଜଧାନୀରେ ଯେତିକି ସାଇବର ଠକେଇ ଜନିତ ମାମଲା ରୁଜୁ ହୋଇଛି, ସବୁଥିରେ ଏହି ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରାଯାଇଛି । ପୂର୍ବରୁ ମଧ୍ୟ ସହିଦନଗର ଥାନା ୧୬ ହଜାରରୁ ଏକାଧିକ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ଠକେଇ କରୁଥିବା ଏକ ଗ୍ୟାଙ୍ଗ୍କୁ ଗିରଫ କରିଥିଲା । ସେହିପରି ମଧ୍ୟ ଇନ୍ଫୋସିଟି ଥାନା ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । କମିଶନରେଟ୍ ପୁଲିସ ବର୍ତ୍ତମାନ ସୁଦ୍ଧା ୨୦ ହଜାରରୁ ଉଦ୍ଧ୍ୱର୍ ପ୍ରି-ଆକ୍ଟିଭ୍ ସିମ୍ ଜବତ କଲାଣି । କିନ୍ତୁ ଯେଉଁମାନେ ଏହି ସିମ୍ ବିକ୍ରି କରୁଥିବା ଲୋକଙ୍କୁ ପୁଲିସ ଗିରଫ କରୁଥିଲେ ମଧ୍ୟ ଟେଲି କମ୍ପାନୀର ଉର୍ଚ୍ଚ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନାହିଁ । ଯେଉଁଥିପାଇଁ କମ୍ପାନୀ ମୁଖ୍ୟ ସିମ୍ ବିକ୍ରି କରିବା ପାଇଁ କର୍ମଚାରୀଙ୍କ ଉପରେ ଚାପ ପକାଇଥାନ୍ତି । ଯେଉର୍ଥି ପାଇଁ ଏହି କର୍ମଚାରୀ ମାନେ ସାଇବର ଠକ ଏବଂ ଅନ୍ୟମାନଙ୍କୁ ସିମ୍ ବିକ୍ରି କରନ୍ତି । ଏସ୍ଟିଏଫ ଓଟିପି ସେୟାରିଂ ରାକେଟ୍ର ପର୍ଦ୍ଦାଫାସ କରିବା ପରେ ପାକିସ୍ତାନ ଆଇଏସ୍ଆଇ ଲିଙ୍କ୍ ଜଣାପଡିଥିଲା । ଏହାପରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ବିଭିନ୍ନ ଟେଲିକମ ସର୍ଭିସ ପ୍ରଭାଇଡରଙ୍କୁ ଡାକି ତାଗିଦ କରିବା ସହ ଏକ ଗାଇଡ୍ଲାଇନ୍ ଜାରି କରିଥିଲେ । ହେଲେ ବତ୍ତର୍ମାନ କୌଣସି ସର୍ଭିସ ପ୍ରୋଭାଇଡ ଏହାକୁ ପାଳନ କରୁଥିବା ଦେଖିବାକୁ ମିଳିଛି । ଏହାର ଉଦାହରର କଟକ ସାଇବର ଥାନାରେ ୮ ହଜାର ପ୍ରି ଆକ୍ଟିଭ୍ ସିମ୍ ଜବତ ହେବା ଘଟଣା ଟେଲିକମ୍ ସର୍ଭିସ ପ୍ରେଭାଇଡ୍ଙ୍କୁ ଦୋମୁହାଁ ନିତି ପଦାରେ ପଡିଛି । ବିଶେଷ କରି କଲ୍ ସେଣ୍ଟ ଏବ ମାଟ୍ରିମୋନିଆଲ ସେଣ୍ଟରରେ ସିମ୍ ଜାଲିଆତି ଅଧିକ ହେଉଛି । ସେମାନେ ସିମ୍ ବକ୍ସ ମାଧ୍ୟମରେ ଏକାଧିକ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ଆନ୍ତର୍ଜାତୀୟ କଲ୍ ଗୁଡିକୁ ଲୋକାଲ କଲ୍ରେ ପରିଣତ କରି କୋଟି କୋଟି ଟଙ୍କା ଠକେଇ କରୁଛନ୍ତି ।
ରାଜଧାନୀରୁ ସିମ୍ ଯାଉଛି ରାଜ୍ୟ ବାହାରକୁ :
ରାଜଧାନୀରୁ ପ୍ରି-ଆକ୍ଟିଭ୍ ସିମ୍ ଆସାମ୍, ହରିଆଣା, ଦିଲ୍ଲୀ, ରାଜସ୍ଥାନ, ଉତ୍ତର ପ୍ରଦେଶ ସାଇବର ଠକଙ୍କୁ ବିକ୍ରି କରାଯାଉଛି । ପ୍ରତି ସିମ୍ ପିଛା ୧୨ଶହରୁ ୧୫ଶହ ଟଙ୍କାରେ ବିକ୍ରି ହେଉଛି । ସାଇବର ଠକମାନେ ଏହି ସିମ୍ ବ୍ୟବହାର କରି ଲୋକଙ୍କୁ ଠକୁଥିଲେ । କେବଳ ସାଇବର ଠକ ନୁହେଁ ପାକିସ୍ତାନର ଆତଙ୍କୀ ମାନେ ମଧ୍ୟ ଏହି ସିମ୍ ନେଇ ବ୍ୟବହାର କରୁଛନ୍ତି । ଗତକାଲି କଟକ ସାଇବର ପୁଲିସ ଗିରଫ କରିଥିବା ୮ଜଣ ଅଭିଯୁକ୍ତ ରାଜ୍ୟ ବାହାରର ସାଇବର ଠକଙ୍କୁ ପ୍ରି-ଆକ୍ଟିଭ୍ ସିମ୍ ଏବଂ ଓଟିପି ବିକ୍ରି କରିଥିଲେ ।