ବରିଷ୍ଠ ନାଗରିକ ସଂଘର ସାଧାରଣ ଅଧିବେଶନ 

 ଭୁବନେଶ୍ୱର : ଏକାମ୍ର ବରିଷ୍ଠ ନାଗରିକ ସଂଘର ନବମ ସ୍ୱନକ୍ଷତ୍ର ଉତ୍ସବସ୍ଥାନୀୟ ଲୁଇସ ରୋଡ ସ୍ଥିତ କେଦାରଗୌରୀ ରିସର୍ଟ ଠାରେ ଅନୁଷ୍ଠିତ ହୋଇଛି । ଏକାମ୍ର ବରିଷ୍ଠ ନାଗରିକ ସଂଘ ସଭାପତି ହୃଷୀକେଶ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ଧିରେନ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ବାବୁ ସିଂ ଯୋଗଦେଇ ଭୁବନେଶ୍ୱରର ଉନ୍ନତି ପାଇଁ ବରିଷ୍ଠ ନାଗରିକଙ୍କ ଯୋଗଦାନ ଅତୁଳନୀୟ ବୋଲି କହିବା ସହ ବରିଷ୍ଠଙ୍କ ପାଇଁ ସରକାରଙ୍କ ଜନକଲ୍ୟାଣ ଯୋଜନା ଉପରେ ଆଲୋଚନା କରିଥିଲେ । ସମ୍ମାନିତଅତିଥି ଭାବେ ବିଶିଷ୍ଟ ଚାଟାର୍ଡ ଆକାଉଣ୍ଟାଣ୍ଟ ଅରୁଣ ସାବତ, ବରିଷ୍ଠ ନାଗରିକ ମହାସଂଘର ସଭାପତି ଡାକ୍ତର ପ୍ରସନ୍ନ ଦାସ ଏବଂ ମୁଖ୍ୟବକ୍ତା ଭାବେ ବରିଷ୍ଠ ନାଗରିକ ମହାସଂଘର ସାଧାରଣ ସମ୍ପାଦକ ରାଜ କିଶୋର ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ବରିଷ୍ଠ ନାଗରିକ ହିତ ଉପରେ ନାନା ବକ୍ତବ୍ୟ ରଖିଥିଲେ । ମାଧ୍ୟମିକ ଶିକ୍ଷା ପରିଷଦ ୨୦୨୪ ପରୀକ୍ଷାରେ ସ୍ଥାନୀୟ ହାଇସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କୁ ଗୌରୀ ପ୍ରସାଦ ମହାନ୍ତିଙ୍କ ଦ୍ୱାରା ପ୍ରଦତ୍ତ ପୁଷ୍ପାଞ୍ଜଳି ଟ୍ରଫି ବିଶିଷ୍ଟ ଔପନ୍ୟାସିକ ଭାନୁମତି ସାହୁ, ଭାଗ୍ୟଲିପି ମଲ୍ଲ, ଡାକ୍ତର ଜୀବନକୃଷ୍ଣ ମିଶ୍ରଙ୍କୁ ରାଧାମଣି ହାତୀ ସ୍ମୃତିକମିଟି ପକ୍ଷରୁ ଏକାମ୍ର ସମ୍ମାନ, ରାଜେନ୍ଦ୍ର ସମର୍ଥା, ନିହାର ରଞ୍ଜନ ସେଠୀ, ଆଞ୍ଚଳିକ ବିକାଶ ପରିଷଦର କର୍ମକର୍ତ୍ତା ଏବଂ ବୈବାହିକ ଜୀବନର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆଦର୍ଶ ଦାମ୍ପତ୍ୟ ସୁବର୍ଣ୍ଣ ଜୟନ୍ତୀ ସମ୍ମାନ ଏବଂ ୪ଜଣ ଦମ୍ପତିଙ୍କୁ ଅମିତା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ।