ପୀଡିତାକୁ ଭେଟିଲେ କଂଗ୍ରେସ ପ୍ରତିନିଧି
ମଙ୍ଗଳବାର ଦିନ ଜିଲ୍ଲା କଂଗ୍ରେସର ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ ପିଡୀତାର ଘରକୁ ଯାଇ ଘଟଣା ସଂପର୍କରେ ଅବଗତ ହୋଇଥିଲେ । କିଭଳି ଓ କେଉଁ ପରିସ୍ଥିତିରେ ଅଭିଯୁକ୍ତ ଏପରି କାଣ୍ଡ କରିବାକୁ ବାଧ୍ୟ କରିଥିଲେ ସେ ସଂପର୍କରେ ପୀଡିତା ସହ ଆଲୋଚନା କରିଥିଲେ । ପ୍ରତିନିଧି ଦଳ ଏହି ଘଟଣାରେ ସମବେଦନା ଜଣାଇବା ସହ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ପୀଡିତା ପରିବାର ସହ କଂଗ୍ରେସ ଛିଡା ହେବ ବୋଲି ପ୍ରତିଶ୍ରୃତି ଦେଇଥିଲେ । ପ୍ରତିନିଧି ମଣ୍ଡଳୀରେ ଏଆଇସିସି ସଭ୍ୟ ପଦ୍ମାକର ଗୁରୁ,ସଭ୍ୟ ସନ୍ତୋଷ ନନ୍ଦ, ଦଳିତ ସଭାପତି ଦୁର୍ଯେ୍ୟାଧନ ବେହେରା, ଆଇନୀଜୀବୀ ପ୍ରତିମା କର,ପ୍ରାକ୍ତନ ନଗରପାଳ ଯାଜପୁର ବ୍ଲକ ସଭାପତି ଗଦାଧର ଦାସ, ଅବଦୁଲ ରୌପ ଓ ଆରତୀ ସ୍ୱାଇଁ ସାମିଲ ହୋଇଥିଲେ । ପରେ ଜିଲ୍ଳା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏହି ପ୍ରତିନିଧି ମଣ୍ଡଳୀଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସରକାରଙ୍କ ଅପାରଗତା ଯୋଗୁ ସମଗ୍ର ଓଡିଶାରେ ନାରୀ ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସରକାର ଏବେବି ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା କମିଟି ସଦସ୍ୟମାନେ ମତ ଦେଇଥିଲେ । ପୀଡିତା ପରିବାରକୁ ସୁରକ୍ଷା,ନାବାଳିକା ଆଇନରେ ପୀଡିତାକୁ ଆର୍ଥିକ ସହାୟତା,ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଏଥିସହିତ ପରିବାର ବର୍ଗ କ୍ରୀଡାଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତାଙ୍କର ନୀରବତାକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥଲେ ।