ଅଟୋକୁ ଘୋଷାରି ନେଲା କାର୍

ଅନୁଗୁଳ: ଅନୁଗୁଳରେ ଆଜି ସିରିଜ୍ ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ୩ ଜଣ ମୃତୁ୍ୟବରଣ କରିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ପ୍ରକାଶଯେ, ଆଜି ଦିନ ଦ୍ୱିପହରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅନୁଗୁଳ - ମହିଧରପୁର ରାସ୍ତାର ଖଣ୍ଡହତା ପୋଲ ନିକଟରେ ଏକ ଅଟୋକୁ କାର ଧକ୍କା ଦେଇ ଅଟୋକୁ ଏକ ବିଲ ଭିତରକୁ ଘୋଷାଡି ନେଇଥିଲା । ଯାହା ଫଳରେ ତିନି ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ ବଂଶୀଧର ସେଠି, କମଳା ସେଠି ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲି (୩୦) । ଗୁରୁତରମାନେ ହେଲେ ସୁନିତା ସେଠି (୩୦), ପୁଅ ସାଇ ସେଠି (୧୨) ଓ ବିଶ୍ୱଜିତ୍ ।
ବାଲିମି ଥାନା ଅନ୍ତର୍ଗତ କାରନ୍ଦା ଅଞ୍ଚଳର ବଂଶୀଧର ସେଠିଙ୍କ ଦେହ ଖରାପ ହେବାରୁ ଅନୁଗୁଳ ଚିକିସôାଳୟକୁ ଦେହ ଦେଖାଇବା ପାଇଁ ଏକ ଅଟୋ ଯୋଗେ ବଂଶୀଧରଙ୍କ ସ୍ତ୍ରୀ କମଳା ସେଠି, ବୋହୂ ସୁନିତା ସେଠି ଏବଂ ପୁଅ ସାଇ ସେଠିକୁ ନେଇ ଚିକିସôାଳୟକୁ ଆସିଥିଲେ । ଦେହ ଦେଖାଇବା ପରେ ବଂଶୀଧରଙ୍କ ସମୁଦି ଘର ତୁରଙ୍ଗ ଗ୍ରାମକୁ ଯାଇଥିଲେ । ସେଠାରେ ଖାଇ ସାରି ଅଟୋ ଯୋଗେ କାରନ୍ଦା ଗ୍ରାମକୁ ଫେରୁଥିବା ବେଳେ ନରସିଂହପୁର ଅଞ୍ଚଳରୁ ଆସୁଥିବା ଏକ କାର ସହ ଧକ୍କା ହୋଇଥିଲା । ଅଟୋ ଓ କାର ରାସ୍ତା କଡରେ ଥିବା ବିଲ ଭିତରକୁ ପଶିଯାଇଥିଲା । ଦୁର୍ଘଟଣା ଏପରି ଥିଲାଯେ, ଅଟୋଟି କାର ତଳେ ଚାପି ହୋଇ ରହିଯାଇଥଲା । ଏହି ଦୁର୍ଘଟଣାରେ ଅଟୋରେ ଯାଉଥିବା ବଂଶୀଧର ସେଠି, ସ୍ତ୍ରୀ କମଳା ସେଠି, ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲିଙ୍କର ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିବା ବେଳେ ବୋହୂ ସୁନିତା ସେଠି ଏବଂ ସାଇ ସେଠି ଗୁରୁତର ହୋଇଥିଲେ । ଏପଟେ କାର ମାଲିକ ଗୁରୁତର ଥିବା ବେଳେ କାର ଚାଳକଙ୍କର କୌଣସି ଖବର ମିଳିନାହିଁ । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ପହଁଚି ସମସ୍ତ ମୃତ ଏବଂ ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେଇଭଳି ଦୁର୍ଘଟଣା ସ୍ଥାନ ଠାରୁ ମାତ୍ର ୪ଶହ ମିଟର ଦୂରରେ ଆଉ ଏକ ଦୁର୍ଘଟଣା ଘଟୁଛି । ଏକ ବୋଲେରୋ ଦ୍ରୁତ ଗତିରେ ଆସି ରାସ୍ତା ପାର୍ଶ୍ୱରେ ଥିବା ୫ ବାଇକକୁ ଧକ୍କା ଦେଇ ଘୋଷାଡି ନେଇଥିଲା । ତାପରେ ଏକ ବିଦୁ୍ୟତ୍ ଖୁଣ୍ଟରେ ଧକ୍କା ଦେଇ ଗ୍ୟାରେଜ ଭିତରକୁ ପଶି ଯାଇଥିଲା । ତେବେ ୪ଟା ବାଇକ ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ଜଣେ ଆହତ ହୋଇଥିଲେ । ବୋଲେରୋ ଚାଳକ ପ୍ରବଳ ମଦ୍ୟ ପାନ କରି ଏଭଳି ଦୁର୍ଘଟଣା ଭିଆଇ ଥିବା ଜଣାପଡିଛି । ତେବେ ଏଥିରେ ସ୍ଥାନୀୟ ଲୋକମାନେ ଉତ୍ତେଜିତ ହୋଇ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଉତ୍ତେଜନା ଲାଗି ରହିଛି । ପୁଲିସ ପ୍ରଶାସନ ପକ୍ଷରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଲୋକମାନଙ୍କୁ ପୋଲିସ ବୁଝାଶୁଝା କରୁଥିବା ଜଣାପଡ଼ିଛି ।