ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକ
ପୁରୀ : ରଥଯାତ୍ରା ପ୍ରସ୍ତୁତିକୁ ନେଇ ରବିବାର ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ପୌର ସଦନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ଅଛନ୍ତି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ ବହୁ ମନ୍ତ୍ରୀ ଉପସ୍ଥିତ ଥିବାବେଳେ ମୁଖ୍ୟ ଶାସନ ସଚିବ, ଡିଜିପି ଓ ଅଗ୍ନିଶମ ଡିଜି, ପୁରୀ ଜିଲାର ସମସ୍ତ ବିଧାୟକ ଓ ଦୁଇ ଏମ୍ପି ଉପସ୍ଥିତ ଅଛନ୍ତି। ପରିମଳ, ସ୍ବାସ୍ଥ୍ୟ, ସୁରକ୍ଷା ଓ ଗମନାଗମନ, ଶୃଙ୍ଖଳିତ ନୀତିକାନ୍ତି ଓ ସୁବ୍ୟବସ୍ଥିତ ଦର୍ଶନ ନେଇ ଆଲୋଚନା ହୋଇଛି।