ଚାକିରି ସ୍ଥାୟୀ ଦାବିରେ କନିଷ୍ଠ ଶିକ୍ଷକଙ୍କ ବିକ୍ଷୋଭ

ପୁଣି ଚାକିରି ନିୟମିତ ଦାବିରେ ଗର୍ଜିଲେ କନିଷ୍ଠ ଶିକ୍ଷକ । ଚାକିକି ନିୟମିତ କରାନଯିବାରୁ ଭୁବନେଶ୍ବର ରାଜରାସ୍ତାରେ କନିଷ୍ଠ ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ । ୨ ଦଫା ଦାବି ନେଇ ଧାରଣା ଦେଇଛନ୍ତି କନିଷ୍ଠ ଶିକ୍ଷକ ବୃନ୍ଦ । ହାତରେ ଚକ୍ ବଦଳରେ ପ୍ଲାକାର୍ଡ, ଶିକ୍ଷାଦାନ ପରିବର୍ତ୍ତେ ହକ୍ ଆଉ ଅଧିକାର ପାଇଁ ଚାଲିଛି ଲଢେଇ । ଦୀର୍ଘ ଦିନ ଧରି ଶିକ୍ଷାଦାନ କରି ଆସୁଥିବା କନିଷ୍ଠ ଶିକ୍ଷକଙ୍କୁ ବର୍ତ୍ତମାନ ନିୟମିତ କରାନଯିବା କାରଣରୁ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମସ୍ତ କନିଷ୍ଠ ଶିକ୍ଷକ । ଏନେଇ ଭୁବନେଶ୍ବର ଲୋୟର ପିଏମଜିରେ ରଣହୁଙ୍କାର ଦେଉଛନ୍ତି କନିଷ୍ଠ ଶିକ୍ଷତ ବୃନ୍ଦ ।