ବିଜେଡ଼ି କରିବ ‘ଏନ୍ଏସି’ ଆନ୍ଦୋଳନ ; ନେତାଙ୍କୁ ବାଣ୍ଟିଲା ଦାୟିତ୍ୱ
ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ଅନେକ ଏନଏସି ଓ ମୁନିସପାଲଟି ଘୋଷଣା କରାଯାଇଥିଲା । ହେଲେ ମୋହନ ସରକାର ସେଗୁଡ଼ିକୁ ଆଉ ଏନଏସି କିମ୍ବା ମୁନିସପାଲଟି ଘୋଷଣା କରିନାହାନ୍ତି । ଯାହାକୁ ଏକ ପ୍ରସଙ୍ଗ କରିବା ପାଇଁ ବିଜେଡ଼ି ପ୍ରସ୍ତୁତି କରିଛି । ଏଥିପାଇଁ ଦଳ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଆନ୍ଦୋଳନ କରିବ । ଏନେଇ ନିର୍ବାଚନମଣ୍ଡଳୀର ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି । ବିଧାୟକ ଓ ପରାଜିତ ପ୍ରାର୍ଥୀମାନଙ୍କୁ ଆନ୍ଦୋଳନ ସଫଳ କରିବାକୁ ଦାୟିତ୍ୱ ଦିଆଯାଇଛି । ‘ସୂର୍ଯ୍ୟପ୍ରଭା’ ପୂର୍ବରୁ ଏନେଇ ପୂର୍ବାନୁମାନ କରିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ବିଜେଡ଼ି ସରକାର ଅମଳରେ ଘୋଷଣା କରାଯାଇଥିବା ପ୍ରାୟ ୪୦ ଏନଏସି ଓ ମୁନିସପାଲଟିକୁ ମୋହନ ସରକାର ଏନଏସି ବା ମୁନିସପାଲଟି ଭାବେ ଘୋଷଣା କରିନାହାନ୍ତି । କେଉଁ କେଉଁ ନେତାଙ୍କ ନିର୍ବାଚନମଣ୍ଡଳୀରେ କେଉଁ କେଉଁ ଏନଏସି ଘୋଷଣା କରାଯାଇନାହିଁ ତାହାର ଏକ ତାଲିକା ପ୍ରସ୍ତୁତ ହୋଇଛି । ବିଞ୍ଝାରପୁର - ପ୍ରମିଳା ମଲ୍ଲିକ, ପାଣିକୋଇଲି - ପ୍ରଣବ ପ୍ରକାଶ ଦାସ, ଜାରକା - ପ୍ରଣବ ବଳବନ୍ତରାୟ, ନିଆଳୀ - ଡାକ୍ତର ପ୍ରମୋଦ ମଲ୍ଲିକ, ଚାନ୍ଦିଲି - ଭାସ୍କର ରାଓ/ ଅନୁସୂୟା ମାଝୀ, ମୁନିଗୁଡ଼ା - ଜଗନ୍ନାଥ ସାରକା, ଛେଣ୍ଡିପଦା - ସୁଶାନ୍ତ ବେହେରା, ପାଇକମାଳ - ବର୍ଷା ସିଂ ବରିହା, ଭେଡେ଼ନ - ସ୍ନେହାଗିନୀ ଛୁରୀଆ, ବେଲପଡ଼ା - ସରୋଜ ମେହେର, ସଇଁତଳା - ଟୁକୁନି ସାହୁ, ଶେରଗଡ଼ - ଦେବାନନ୍ଦ ମହାପାତ୍ର, କୁକୁଡ଼ାଖଣ୍ଡିି - ବିପ୍ଳବ ପାତ୍ର, ବେଗୁନିଆ, ବୋଲଗଡ଼ : ପ୍ରଦୀପ ସାହୁ, ଅଗରପଡ଼ା-ଖରୀ - ସଞ୍ଜୀବ ମଲ୍ଲିକ, ରାଇକିଆ - ସାଲୁଗା ପ୍ରଧାନ, ସିନାପଲ୍ଲୀ - ଅଧିରାଜ ପାଣିଗ୍ରାହୀ, ଡୁଙ୍ଗୁରିପାଲି - ନିରଞ୍ଜନ ପୂଜାରୀ, ବଣାଇ-ପ୍ରଦ୍ୟୁମ୍ନ ତ୍ରିପାଠୀ, କଣ୍ଟିଲୋ- ବେଣୁଧର ପ୍ରଧାନ, ପରଜଙ୍ଗ - ନୃସିଂହ ସାହୁ, କଣ୍ଟାମାଳ ଓ ମନମୁଣ୍ଡା - ମହୀଧର ରଣା, ପୁରୁଣାକଟକ - ପ୍ରଦୀପ ଅମାତ, ବାଉଁଶୁଣୀ - ମହୀଧର ରଣା, ଷଢେ଼ଇକେଲା - ଆୟୁବ ଖାନ୍, ବାଲିଆପାଳ - ସୁବାସିନୀ ଜେନା, ଖଇରା - ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ଧାମରା - ବ୍ୟୋମକେଶ ରାୟ, ରାସୋଳ - ମହେଶ ସାହୁ, ମଦନପୁର ରାମପୁର - ମନୋରମା ମହାନ୍ତି, କୁଜଙ୍ଗ - ଶାରଦା ଜେନା, ଶରଣକୂଳ - ବାଦଲ ପ୍ରଧାନ, ସାକ୍ଷୀଗୋପାଳ - ଉମାକାନ୍ତ ସାମନ୍ତରାୟ, କାକଟପୁର - ତୁଷାରକାନ୍ତି ବେହେରା, ସୁବଳୟା, ଉଲୁଣ୍ଡା, ରାମପୁର - ନିରଞ୍ଜନ ପୂଜାରୀ, କଣ୍ଟାବାଞ୍ଜି - ଆୟୁବ ଖାନ୍ । ବିଜେଡ଼ି ପକ୍ଷରୁ ଆନ୍ଦୋଳନ ପାଇଁ ଏହି ତାଲିକା ପ୍ରସ୍ତୁତ ହୋଇଛି । ତେବେ ଏହାର ରୂପରେଖ କ’ଣ ହେବ ତାହା ସ୍ପଷ୍ଟ ହୋଇନାହିଁ । ବିଭିନ୍ନ ସମ୍ଭାବ୍ୟ ଏନଏସିରେ ଆନ୍ଦୋଳନ, ଶୋଭାଯାତ୍ରା, ଦସ୍ତଖତ ଅଭିଯାନ ଆଦି କରି ଲୋକଙ୍କ ସହ ଯୋଡ଼ି ହେବାର ବିଜେଡ଼ି ଉଦ୍ୟମ କରିବାର ସମ୍ଭାବନା ରହିଛି । ସେହିପରି କେବେଠାରୁ ଦଳ ଆନ୍ଦୋଳନ କରିବ ସେନେଇ ଖୁବଶୀଘ୍ର ସ୍ପଷ୍ଟ ଚିତ୍ର ମିଳିବ ।