ନିଜ ଭାଷାରେ ପଢ଼ିବେ ଆଦିବାସୀ ପିଲା : ମୋହନ 

ନିଜ ଭାଷାରେ ପଢ଼ିବେ ଆଦିବାସୀ ପିଲା : ମୋହନ 

ଭୁବନେଶ୍ୱର: ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର ପ୍ରଚେଷ୍ଟା କରୁଛନ୍ତି  । ଏହି କ୍ରମରେ ପ୍ରଥମେ ସାନ୍ତାଳି ଭାଷାରେ ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରସ୍ତୁତି କରିଛନ୍ତି  । ଅନ୍ୟ ଆଦିବାସୀ ଭାଷାମାନଙ୍କର ସ୍କ୍ରିପ୍ଟ ନାହିଁ । ତେଣୁ ସେମାନଙ୍କ ପାଇଁ ଓଡିଆ ଲିପିରେ ପୁସ୍ତକ ଲେଖାଯିବ, କିନ୍ତୁ ସେମାନଙ୍କ ଭାଷାରେ ହିଁ ପାଠ୍ୟ ପୁସ୍ତକ ଏବଂ ଅନ୍ୟାନ୍ୟ ବହି ପଢାଯିବ । ନୁ୍ୟ ଇଣ୍ଡିଆନ୍ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ୍ରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । ସେ କହିଥିଲେଯେ, ୨୦୧୪ରେ ଓଡିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପରେ ଆମ ଭାଷାର ପ୍ରାଚୀନତା ପ୍ରମାଣିତ ହୋଇସାରିଛି  । ପ୍ରାୟ ତିନି ହଜାର ବର୍ଷର ଐତିହାସିକତା ଉପରେ ପ୍ରତିଷ୍ଠିତ ଓଡିଆ ଭାଷାର ଲିପି ବ୍ରାହ୍ମୀଲିପିରୁ ତା’ର ଅସ୍ତିତ୍ୱ ଅର୍ଜନ କରିଛି  । ଓଡିଆ ଭାଷାକୁ ଜ୍ଞାନଭଣ୍ଡାରର ଭାଷା ଭାବରେ ବ୍ୟବହାର କରିବା ଦିଗରେ ସବୁପ୍ରକାର ପ୍ରଚେଷ୍ଟା ଚାଲିଛି  । କେନ୍ଦ୍ର ସରକାର ବିଭିନ୍ନ ପାଠ୍ୟପୁସ୍ତକ, ଏପରିକି ଡାକ୍ତରୀ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ବୃତ୍ତିଗତ ବିଦ୍ୟାର ଅଧ୍ୟୟନ ନିମନ୍ତେ ଆବଶ୍ୟକ ପାଠ୍ୟପୁସ୍ତକକୁ ଓଡିଆ ଭାଷାରେ ପ୍ରକାଶ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି  ।  ଓଡିଶାରେ ଆମେ "ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା’ ଆରମ୍ଭ କରୁଛୁ  । ଏହି ଢାଞ୍ଚା ଆମ ପିଲାମାନଙ୍କ ଆବଶ୍ୟକତା, ଓଡ଼ିଶାର ସଭ୍ୟତା ଓ ସାଂସ୍କୃତିକ ମୂଲ୍ୟବୋଧ, ଇତିହାସ, ଐତିହ୍ୟ, ଆମର ମାତୃଭାଷା ଏବଂ ଭବିଷ୍ୟତର ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଉଛି  । ଏହାଦ୍ୱାରା ଶିକ୍ଷାର୍ଥୀମାନେ ଅଧିକ ସୃଜନଶୀଳ ଏବଂ ଅସ୍ମିତା ବିଷୟରେ ସଚେତନ ହେବେ  । 
 ଅସ୍ମିତା ହିଁ ସମସ୍ତ ବିକାଶର ମୂଳମନ୍ତ୍ର  । ଆମ ସରକାର ଆସିବା ପରେ ଅସ୍ମିତାର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲିବାଠୁଁ ଆରମ୍ଭ କରି ଭିତର ରନôଭଣ୍ଡାର, ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ୫୦୦ କୋଟି ଟଙ୍କାର ପାଣ୍ଠି, ୨୦୦ କୋଟି ଟଙ୍କାର ଅସ୍ମିତା ପାଣ୍ଠି ଆଦି ବିଷୟରେ ଆପଣମାନେ ଜାଣନ୍ତି  ।  
ଆମ ସରକାର ପ୍ରଥମ ଥର ପାଇଁ ଉକôଳ ଦିବସକୁ ଉକôଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠରେ ପାଳନ କରିଛନ୍ତି  । ସମସ୍ତ ମହାପୁରୁଷଙ୍କ ଜନ୍ମପୀଠକୁ ବିକଶିତ କରିବା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟକ୍ରମ କରାଯାଉଛି  । ଉକôଳ ଦିବସରୁ ଓଡିଆ ନୂଆ ବର୍ଷ ପର୍ଯ୍ୟନ୍ତ ୧୪ ଦିନ ସମୟକୁ ଓଡିଆ ପକ୍ଷ ଭାବେ ପାଳନ କରାଯାଇଛି ଏବଂ ପ୍ରତ୍ୟେକ ଦିନକୁ ଆମ ସଂସ୍କୃତିର ଗୋଟିଏ ମହତ୍ୱପୂର୍ଣ୍ଣ ଦିଗ ସହିତ ଯୋଡାଯାଇ ଉସôବ ପାଳନ କରାଯାଇଛି  । ବାଲିଯାତ୍ରା ଓ ଧନୁଯାତ୍ରା ପରି ପ୍ରସିଦ୍ଧ କାର୍ଯ୍ୟକ୍ରମଗୁଡିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସାରିତ କରିବା ପାଇଁ ପଦକ୍ଷେପ ନିଆଯାଇଛି  । 
ସାହିତ୍ୟ ହେଉଛି ସମାଜର ଦର୍ପଣ  । ସାରା ଦେଶରେ ଏବଂ ଆମ ଓଡିଶାରେ ଏକ ପରିବର୍ତ୍ତନର ଯୁଗ ଆସିଛି  । ବିଶେଷକରି ଆର୍ଥିକ ଓ ଟେକ୍ନୋଲୋଜି କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ହେଉଛି, ତାହା ଆମର ସାମାଜିକ ଚଳଣୀରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛି  । ସାହିତ୍ୟରେ ଏ ପରିବର୍ତ୍ତନ ପ୍ରତିଫଳିତ ହେବ ବୋଲି ମୁଁ ଆଶା କରୁଛି  ।