ମିଳିବ ନିଯୁକ୍ତି ବମ୍ପର ସୁଯୋଗ: ଆଦାନୀଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ : ଦେଶର ଅନ୍ୟତମ ଧନୀ ବ୍ୟବସାୟୀ ଗୌତମ ଆଦାନୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ତାଙ୍କ ଆଦାନୀ ଗ୍ରୁପ ମାଧ୍ୟମରେ ଆମେରିକାରେ ୧୦ ବିଲିୟନ ଡଲାର ବିନିଯୋଗ କରିବାକୁ ଘୋଷଣା କରିଛନ୍ତି। ଆମେରିକାରେ ଶକ୍ତି ଏବଂ ଭିତ୍ତିଭୂମି କ୍ଷେତ୍ରରେ ୧୦ ବିଲିୟନ ଡଲାର ବିନିଯୋଗ କରିବାକୁ ଆଦାନୀ ଏକ ପୋଷ୍ଟ କରିଛନ୍ତି।
ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇ ଆମେ ୧୫,୦୦୦ ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଆମେରିକାର ଶକ୍ତି ସୁରକ୍ଷା ଏବଂ ଦୃଢ ଭିତ୍ତିଭୂମି ପ୍ରକଳ୍ପରେ ୧୦ ବିଲିୟନ ଡଲାର ବିନିଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ। ଗୌତମ ଆଦାନୀଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ପୋଷ୍ଟ ପରେ ଏହା ସ୍ପଷ୍ଟ ଯେ, ଆଦାନୀ ଗ୍ରୁପ ଭାରତ ଏବଂ ଆମେରିକା ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ଗଭୀର କରିବା ପାଇଁ ପଦକ୍ଷେପ ନେଇଛି। ଯଦିଓ ସେ ଆମେରିକାରେ ଆରମ୍ଭ ହେବାକୁ ଥିବା ପ୍ରକଳ୍ପଗୁଡିକ ବିଷୟରେ ବିସ୍ତୃତ ସୂଚନା ଦେଇନାହାଁନ୍ତି, କିନ୍ତୁ ଶକ୍ତି ଏବଂ ଭିତ୍ତିଭୂମି ବିଷୟରେ ଉଲ୍ଲେଖ କରି ସେ ସ୍ପଷ୍ଟ କରିଛନ୍ତି ଯେ, ଦ୍ୱିପାକ୍ଷିକ ସହଯୋଗର ଭାରତର ପ୍ରତିବଦ୍ଧ ା ଏହି କ୍ଷେତ୍ରରେ ନିରନ୍ତର ପୁଞ୍ଚି ବିନିଯୋଗ ଦ୍ୱାରା ପୂରଣ ହେବ।
ନଭେମ୍ବର ୬ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଆଦାନୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇ ଏକ ଏକ୍ସ ପୋଷ୍ଟ କରିଥିଲେ। ସେହି ପୋଷ୍ଟରେ ଆଦାନୀ ଲେଖିଥିଲେ ଯେ … ଯଦି ପୃଥିବୀରେ ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଅଦମ୍ୟ ଧୈର୍ଯ୍ୟ, ନିରନ୍ତର ନିଷ୍ଠା ଏବଂ ନିଜ ବିଶ୍ୱାସରେ ରହିବାକୁ ସାହସର ପ୍ରତୀକ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏହା ଆକର୍ଷଣୀୟ ଅଟେ। ଆମେରିକାର ଗଣତନ୍ତ୍ର ଏହାର ଲୋକଙ୍କୁ ସଶକ୍ତ କରୁଛି ଏବଂ ଦେଶର ପ୍ରତିଷ୍ଠା ନୀତିକୁ ସମର୍ଥନ କରୁଛି ୪୭ତମ ନିର୍ବାଚିତ ଆମେରିକାର ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ।