ସାବଧାନ ,ଚିକେନ ଶୋର୍‌ମାରେ ବ୍ୟାକ୍ଟେରିଆ

ଚିକେନ୍‌ ଶୋର୍‌ମା ଖାଇବାକୁ ଅଧିକାଂଶ ପସନ୍ଦ କରନ୍ତି। ଏହା ଏକ ପ୍ରକାର ଫାଷ୍ଟଫୁଡ୍‌। ଯଦି ଆପଣ ମଧ୍ୟ ଏହି ଚିକେନ୍ ଶୋର୍‌ମା ଖାଇବାକୁ ପସନ୍ଦ କରନ୍ତି, ତେବେ ସାବଧାନ ହୋଇଯାନ୍ତୁ। ଏହାକୁ ନେଇ ଆସିଛି ଏକ ବଡ଼ ଖବର। ବଜାରରେ ବିକ୍ରି ହେଉଛି ବ୍ୟାକ୍ଟେରିଆ ଯୁକ୍ତ ଚିକୋନ୍‌ ଶୋର୍‌ମା। ବିଭିନ୍ନ ହୋଟେଲ ଏବଂ ଦୋକାନରେ ଫିମ୍ପି ମାଡି ଯାଇଥିବା ଚିକେନ୍‌ ଶୋର୍‌ମା ମିଳୁଛି। ଏହାକୁ ନେଇ ଏବେ ଆକ୍ସନ ମୁଡ୍‌କୁ ଆସିଛନ୍ତି ସରକାର।

ନିକଟରେ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ(FSSAI )ର ପରୀକ୍ଷଣରୁ ବେଙ୍ଗାଲୁରୁ ସମେତ କର୍ଣ୍ଣାଟକର ଅନେକ ଜିଲ୍ଲାରେ ବିକ୍ରି ହେଉଥିବା ଶୋରମାରେ ଜୀବାଣୁ ତଥା ବ୍ୟାକ୍ଟେରିଆ ଓ ୟେଷ୍ଟ ବା ଫିମ୍ପି ଥିବା ଜଣାପଡିଛି। ଏହାକୁ ଖାଇବା ପରେ କିଛି ଲୋକ ଅସୁସ୍ଥ ହୋଇପଡିଥିବା ଖବର ମଧ୍ୟ ସାମାନକୁ ଆସିଥିଲା। ଏହାପରେ କର୍ଣ୍ଣାଟକ ସରକାର ଆକ୍ସନମୁଡ୍‌ ଆସି ଅପରିଷ୍କାର ଶୋରମା ବିକ୍ରି କରୁଥିବା ବିଭିନ୍ନ ହଟୋଲ ଓ ଦୋକାନ ବିରୋଧରେ କଟକଣା ଜାରି କରିଛନ୍ତି। ସେପଟେ FSSAI ବେଙ୍ଗାଲୁରୁର ହୋଟେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।