ଶୀତଳଙ୍କୁ ଏସ୍ୟୁଭି ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ : ଦୁଇ ହାତ ବିନା ଜନ୍ମ ନେଇଥିଲେ ଜାମ୍ମୁ-କାଶ୍ମୀରର ଶୀତଳ ଦେବୀ। ଶୀତଳ ଦେବୀଙ୍କର ହାତ ନଥିବାରୁ ସେ ଦୁଇ ଗୋଡ଼ ଜରିଆରେ ତୀରନ୍ଦାଜୀ କରିଥାଆନ୍ତି। ଏଥିପାଇଁ ତାଙ୍କୁ ବର୍ଷବର୍ଷ ଧରି କଠିନ ପରିଶ୍ରମ ଓ ଅଭ୍ୟାସ କରିବାକୁ ପଡ଼ିଛି। ଶାରୀରିକ ଅକ୍ଷମତା ସତ୍ତ୍ବେ କ୍ରୀଡ଼ା ନୈପୁଣ୍ୟ ହାସଲ କରିବା ଯୋଗୁଁ ବହୁ ଭାରତୀୟଙ୍କ ପାଇଁ ଶୀତଳ ଦେବୀ ପ୍ରେରଣା ପାଲଟିଛନ୍ତି। ଶୀତଳଙ୍କୁ ଭେଟିବା ପାଇଁ ଆନନ୍ଦ ମହିନ୍ଦ୍ରା ତାଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା କରିଥିଲେ। ତାଙ୍କ କମ୍ପାନୀ ମହିନ୍ଦ୍ରାର ନୂଆ ମଡେଲ୍ ଏସ୍ୟୁଭି ସ୍କର୍ପିଓ-ଏନ୍ ଶୀତଳଙ୍କୁ ଆନନ୍ଦ ମହିନ୍ଦ୍ରା ଉପହାର ଦେଇଥିଲେ। ପ୍ରତି ବଦଳରେ ଆନନ୍ଦ ମହିନ୍ଦ୍ରାଙ୍କୁ ଏକ ତୀର ଉପହାର ଦେଇଥିଲେ ଶୀତଳ ଦେବୀ। ବେଶ୍ କିଛି ବର୍ଷ ହେଲା ଆନ୍ତର୍ଜାତିକ ସ୍ତରରେ ପାରା ତୀରନ୍ଦାଜୀରେ ଉତ୍କର୍ଷ ଦେଖାଇଛନ୍ତି ଶୀତଳ ଦେବୀ। ସେ ୨୦୨୦ ଏସୀୟ ପାରା କ୍ରୀଡ଼ାରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ପୁଣି ବିଶ୍ବ ପାରା ତୀରନ୍ଦାଜୀ ଚମ୍ପିଆନ୍ସିପରେ ଶୀତଳ ରୌପ୍ୟ ପଦକ ଜିତିଥିଲେ। ପୁଣି ଏସୀୟ ପାରା ତୀରନ୍ଦାଜୀରେ ଶୀତଳ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ଶୀତଳ ୨୦୨୩ରେ ଅର୍ଜୁନ ପୁରସ୍କାର ପାଇଥିଲେ।