ଆମ ବ୍ୟଙ୍ଗ ପସରା’ର ବିଷୁବ ସଂଖ୍ୟା ପାଠକାର୍ପଣ
ଭଦ୍ରକ: ଶ୍ରୀମତୀ ବସନ୍ତ ମିଶ୍ରଙ୍କ ସମ୍ପାଦନାରେ ଆମ ବ୍ୟଙ୍ଗ ପସରାର ବିଷୁବ ସଂଖ୍ୟା, ଡ. ଶ୍ରୀମତୀ ମିଶ୍ରଙ୍କର ବଛାବଛା ଗଳ୍ପ ସମୂହ ଓ କାନ୍ତକାମୋଦୀ ପୁସ୍ତକ ଦୁଇଟିର ପାଠକାର୍ପଣ ସାବିତ୍ରୀ ସଦନ, ସାବନ ବଜାର, ଭଦ୍ରକ ପରିସରରେ ମହାସମାରୋହରେ ଡ. ଗୋଲକ ବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟବକ୍ତା ଡ. ରାମଚନ୍ଦ୍ର ପଣ୍ଡା ନିଜର ବକ୍ତବ୍ୟ ରଖି କହିଥିଲେ ଯେ ହାସ୍ୟ ଲେଖା ସମସ୍ତଙ୍କ ଦ୍ୱାରା ସମ୍ଭବ ନୁହେଁ । ମୁଖ୍ୟଅତିଥି ପୂର୍ଣ୍ଣଚନ୍ଦ୍ର ବହଳୀ ନିଜର ବକ୍ତବ୍ୟ ରଖି କହିଥିଲେ ଯେ ହାସ୍ୟ ଓ ବ୍ୟଙ୍ଗ ଲେଖା ଏକ ସୂକ୍ଷ୍ମ କଳା ।
ସମ୍ବର୍ଦ୍ଧିତ ପ୍ରତିଭା ଓ ବଛାବଛା ଗଳ୍ପ ସମୂହ (ବଙ୍ଗଳାରୁ ମର୍ମାନୁବାଦ)ର ସମୀକ୍ଷକ କରୁଣାକର ବେହୁରିଆ ବକ୍ତବ୍ୟ ରଖିଥିଲେ ଯେ, ଏହା ଏକ ଉପାଦେୟ ପୁସ୍ତକ । ଶ୍ରୀମତୀ ଦୀପ୍ତି ସାହୁ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ମନୋରମା ରାୟ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ବ୍ୟାଚ୍ ପ୍ରଦାନ କରିଥିଲେ । ଆରମ୍ଭରେ ବେଦପାଠ କରିଥିଲେ ବିଜୟ କୁମାର ବହଳୀ । ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ବୈକୁଣ୍ଠ ବିଶ୍ୱାଳ । ‘ଭକ୍ତିଗୀତି’ ସଂକଳନର ସମୀକ୍ଷକ ଡ. ପ୍ରଭାତ ନଳିନୀ ମହାପାତ୍ର କହିଥିଲେ ବହିଟି ନବଧା ଭକ୍ତି ରସରେ ରସାପ୍ଳୁତ । ସଭାପତି ଗୋଲକ ବିହାରୀ ସାହୁ ନିଜ ଅଭିଭାଭଷଣ ରଖି କବିତା ତଥା ଗଳ୍ପ ଆଦି ଲେଖିବା ଈଶ୍ୱର ଦତ୍ତ କଳା । ମାନପତ୍ର ପାଠ କରିଥିଲେ ଜାନକୀ ପାଢ଼ୀ । ଗଙ୍ଗାଧର ପତି, ଉଷାରାଣୀ ଜେନା ଦମୟନ୍ତୀ ନାଥ, ଶରତ କୁମାର ନାୟକ, ପ୍ରମୁଖ ସଭା ପରିଚାଳନା କରିଥିଲେ । ଶାନ୍ତନୁ ରାଉତ, ଲଲାଟେନ୍ଦୁ ମହାନ୍ତି, ଡ. ଅବନୀ ପ୍ରଧାନ, ଝରଣା ପଟ୍ଟନାୟକ, ଗୀତାରାଣୀ ଆଇଚ, ସରୋଜିନୀ ନାୟକ, ରମେଶ ଦାସ, ସଂଯୁକ୍ତା ବଳନାୟକ ପ୍ରମୁଖ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ନାଟ୍ୟଶ୍ରୀ ନିର୍ମଳ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।