ବିଦୁ୍ୟତ କାଟକୁ ନେଇ ଅସନ୍ତୋଷ 


ରାଜନଗର: ରାଜନଗର ବ୍ଲକରେ ଅଘୋଷିତ ବିଦୁ୍ୟତ କାଟ ଲାଗିରହିଛି । ଦିନକୁ ଦିନ ବିଦୁ୍ୟତ କାଟ ସମୟ ବଢି ବଢି ଚାଲିଛି । ବିନା ସୂଚନାରେ ଘଂଟା ଘଂଟା ଧରି ବିଦୁ୍ୟତ କାଟ କରାଯାଉଛି । ଦିନକୁ ଦିନ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ବୃଦ୍ଧି ପାଉଥିବା ବେଳେ ଅଘୋଷିତ ବିଦୁ୍ୟତ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ଗଛଟିଏ ହଲିଲେ ବିଦୁ୍ୟତ କାଟ କରାଯାଇ ଲୋକମାନଙ୍କୁ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗ ହେଉଛି । ଆକାଶରେ ବାଦଲ ଦେଖାଦେଲେ ବିଜୁଳି ଛୁ ମାରୁଥିବା ବେଳେ ଏବେ ଅତ୍ୟଧିକ ଗରମ ସମୟରେ ବିଭାଗ ପକ୍ଷରୁ ୨ରୁ୩ ଘଣ୍ଟଟା ବିଦୁ୍ୟତ କାଟ ପାଇଁ ନିଦେ୍ର୍ଦଶ ଆସିବା ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି । ଏସଂପର୍କରେ ବିଭାଗୀୟ ଯନ୍ତ୍ରୀ କୁଳମଣୀ ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଦୁଇଦିନ ପୂର୍ବେ କାଳୈ÷ବଶାଖୀବେଯାଗୁଁ ବିଭିନ୍ନ ସ୍ଥାନରେ ବିଦୁ୍ୟତ ଛିଡି ଯାଇଥିଲା ସେଗୁଡିକୁ ସଜଡା ଯାଉଛି ବୋଲି କହି କଥାକୁ ଏଡାଇ ଯାଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ, ତାପମାତ୍ରା ୩୮ଡିଗ୍ରୀରୁ ଉଦ୍ଧ୍ୱର୍ ହେଉଥିବା ବେଳେ ବିଭାଗୀୟ ଅଧିକାରୀ କାହିଁକି ବିଦୁ୍ୟତ କାଟ ପାଇଁ ନିଦେ୍ର୍ଦଶ ଦେଉଛନ୍ତି । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇ