ଠକେଇ ଅଭିଯୋଗରେ ଯୁବକ ଗିରଫ

 ବାଣପୁର : ଉଜବେକିସ୍ଥାନରେ ନିଯୁକ୍ତି କରାଇଦେବା ପାଇଁ ପ୍ରତିଶ୍ରୁତି ଦେଇ ୮୫ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ  ଜଣେ ଯୁବକକୁ  ବାଣପୁର ପୁଲିସ ଗିରଫ କରିଛି  । ପୁଲିସ କହିବାନୁଯାୟୀ ବାଣପୁର ଥାନା ଗୋବିନ୍ଦପୁରର ରାଜୀବ ଲେଙ୍କାକୁ ଗିରଫ କରିବା ସହ ତାଙ୍କଠାରୁ  ନକଲି ଭିସା ଟିକେଟ ଓ ନିଯୁକ୍ତି ପତ୍ର ଜବତ କରିଛି  । ବାଣପୁର ଥାନା ବିଷ୍ଣଡିହ ଗ୍ରାମର ବଳରାମ ସୁବୁଦ୍ଧିଙ୍କୁ ଅଭିଯୁକ୍ତ ରାଜୀବ ଅଧିକ ଦରମାରେ ନିଯୁକ୍ତି ହେଉଥିବା କହି ବିଭିନ୍ନ ପ୍ରଲୋଭନ ଦେଖାଇ ରାଜୀବ ବଳରାମଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ  । ସେଠାକୁ ଯିବାକୁ ହେଲେ ଆଗୁଆ ଟଙ୍କା ଦରକାର କହି ୭୦ହଜାର ଟଙ୍କା ନେଇଥିଲେ । ପରେ ସେଠାକୁ ଯିବା ପାଇଁ ଭିସା ଓ ଟିକେଟ ପାଇଁ ୧୮ ହଜାର ଟଙ୍କା ନେଇଥିଲେ । ମାତ୍ର ରାଜୀବ ବିଭିନ୍ନ ଆଳ ଦେଖାଇ ସମୟ ଗଡାଇ ଚାଲିଥିଲେ । ଅଳ୍ପ ଦିନ ତଳେ ବଳରାମ ରାଜୀବଙ୍କୁ ନିଯୁକ୍ତି ବିଷୟ ପଚାରି ଟଙ୍କା ଫେରସ୍ତ ମାଗିଥିଲେ । ଫଳରେ ରାଜୀବ ଭିସା ଓ ଟିକେଟ ଦେବା ସହ ବିଦେଶ ଯିବାକୁ ପ୍ରସ୍ତୁତ ହେବା ପାଇଁ କହିଥିଲେ । ମାତ୍ର ବଳରାମ ଇଣ୍ଟରନେଟ୍ରେ ଦେଖି ତାହା ଜାଲ୍ ବୋଲି ଜାଣି ପାରି ବାଣପୁର ଥାନାରେ ଅଭିଯୋଗ କରିବାରେ ପୁଲିସ ତଦନ୍ତ କରି ଏକ ମାମଲା ରୁଜୁ କରିବା ସହ ରାଜୀବକୁ ଗିରଫ କରି କୋର୍ଟଚାଲାଣ କରିଛି  ।