ହାତୀ ଆକ୍ରମଣରେ ବୃଦ୍ଧା ମୃତ

 କେନ୍ଦୁଝର : କେନ୍ଦୁଝର ସଦର ବନାଞ୍ଚଳ କୁସୁମିତା ଗ୍ରାମରେ ସୋମବାର ସକାଳେ ଆମ୍ବ ଗୋଟାଉବାକୁ ଯାଇଥିବାବେଳେ ଜଣେ ବୃଦ୍ଧା ହାତୀ ଆକ୍ରମଣ ଶିକାର ହୋଇ ମୃତ ବରଣ କରିଛନ୍ତି । ମୃତକ ହେଲେ ସୁନାଫୁଲ ପ୍ରଧାନ(୬୦) । ସୋମବାର ସେ ଆମ୍ବ ତୋଟା କୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ । ଫଳରେ ହାତୀ ଶୁଣ୍ଡରେ କଚାଡି ଦେବାରୁ ତାଙ୍କର ମୁଣ୍ଡରେ ଶକ୍ତ ଆଘାତ ହୋଇଥିଲା  । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିଲା  । ସେଠାରେ ଚିକିସôା ସମୟରେ ସୁନାଫୁଲଙ୍କ ମୃତୁ୍ୟ ଘଟିଛି  । ଖବର ପାଇ ପଳାସପଙ୍ଗା ଫରେଷ୍ଟର ଜୟକୃଷ୍ଣ ଦାସ ଓ ସଦର ଏସ୍ଆଇ ନିହାର ରଞ୍ଜନ ରାଉତ ପହଞ୍ଚି ତଦନ୍ତ ଚଳାଇଥିଲେ । ଏନେଇ କେଶ ନଂ ୩୨/୨୫ରେ ଏକ ଅପମୃତ ମାମଲା ରୁଜୁ ହୋଇଛି । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଶବ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି ।