କୋଟିପତି ଡେପୁଟି ଜେନେରାଲ ମ୍ୟାନେଜର ଗିରଫ ହେଲେ
ଭୁବନେଶ୍ୱର: ଗିରଫ ହେଲେ କୋଟିପତି OPHWC ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଭୁବନେଶ୍ବରରେ ୩ ମହଲା କୋଠା, ୫ଟି ବହୁମୂଲ୍ୟ ପ୍ଲଟ ମିଳିଛି। ଏଥିସହ ୮୭୦ ଗ୍ରାମ ସୁନା, ୧୩.୪୭ ଲକ୍ଷ ଟଙ୍କା, ୧.୮୪ କୋଟି ଡିପୋଜିଟ ମିଳିଛି।