କଳାବାଘ ଛାଲ ଜବତ : ୪ ଶିକାରୀ ଗିରଫ

ବାରିପଦା : ଶିମିଳିପାଳ ଅଭୟାରଣ୍ୟରୁ ପୂର୍ବରୁ ଶିକାର ହୋଇଥିବା କଳାବାଘ ଚମଡାକୁ ଜବତ କରାଯିବା ସହିତ ଘଟଣାରେ ଜଡିତ ୪ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ(ଏସଟିଆର) ପ୍ରକଳ୍ପ ଅଧୀନ ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ବଣିଆଦର ଓ ଦୁବଲାଖୁଣ୍ଟା ଅଞ୍ଚଳରୁ ପୃଥକ ଭାବେ ୨-୨ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି ।

ପୂର୍ବରୁ ବାଘ ନଖ ଓ ଦାନ୍ତ ଜବତ ସହିତ ୨ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ପୂର୍ବ ଅଧିକ ତଦନ୍ତ ପରେ ଏହି ସଫଳତା ମିଳିଛି । ତେବେ ଘଟଣାର ମାଷ୍ଟରମାଇଣ୍ଡ ଫେରାର ଥିବାରୁ ଏସଟିଆର କର୍ତ୍ତୃପକ୍ଷ ତଦନ୍ତ ଗୋପନୀୟତା ପାଇଁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିନାହାନ୍ତି।